ନିୟମଗିରି ସପୁରିର ଅଭାବୀ ବିକ୍ରି; ୫ ଟଙ୍କାରେ କିଣି ୫୦ରେ ବିକୁଛନ୍ତି ପଡ଼ୋ‌ଶୀ ରାଜ୍ୟର ବ୍ୟବସାୟୀ

ନିୟମଗିରି ସପୁରିର ଅଭାବୀ ବିକ୍ରି; ୫ ଟଙ୍କାରେ କିଣି ୫୦ରେ ବିକୁଛନ୍ତି ପଡ଼ୋ‌ଶୀ ରାଜ୍ୟର ବ୍ୟବସାୟୀ

Mashable

ଲାଞ୍ଜିଗଡ଼ : ନିୟମଗିରିରେ ସପୁରିର ଅଭାବୀ ବିକ୍ରି! ଗୋଟିଏ ପଟେ ଝରଣିଆ ଓ ଡଙ୍ଗରିଆ କନ୍ଧଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବାବେଳେ ଅନ୍ୟପଟେ ସେମାନଙ୍କଠାରୁ ଗୋଟାକୁ ୫ ଟଙ୍କାରେ କିଣିନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ। ତାହାକୁ ନିଜ ନିଜ ରାଜ୍ୟରେ ବିଭିନ୍ନ ବଜାରରେ ୪୦ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି। ଏଥିସହ ସପୁରିରୁ ମଦ, ଜେଲି, କେକ୍, ଆଚାର ତିଆରି କରି ବ୍ୟବସାୟୀମାନେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି।

publive-image

ନିୟମଗିରି ପାହାଡ଼ର ଜଙ୍ଗଲ ମଧ୍ୟରେ ଉଭୟ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଛୋଟ ଛୋଟ ଆଦିବାସୀ ଗାଁ ରହିଛି। ନିୟମଗିରି ପର୍ବତର ଶୀତଳ ଜଳ ଓ ପବନ ଯୋଗୁ ପାହାଡ଼ ଉପରେ ଚାଷ ହେଉଥିବା ସପୁରିର ଓଜନ ୧ରୁ ୩ କେଜି ପର୍ଯ୍ୟନ୍ତ ହୋଇଥାଏ। ନିୟମଗିରି ସପୁରୀ ପଣସର ସ୍ୱାଦ ମଧ୍ୟ କମ୍‌ ନୁହେଁ। ଆଦିବାସୀମାନେ ପାହାଡ଼ ଉପରେ ୩-୪ ମାସ ଧରି ବହୁ କଷ୍ଟରେ ଏହି ସପୁରି ଚାଷ କରିଥା’ନ୍ତି। ସେମାନେ ଏହି ସପୁରୀକୁ ବିକ୍ରି କରିବା ପାଇଁ ରାୟଗଡ଼ା ଜିଲ୍ଲାର ଚାଟିକଣା, ବିଷମକଟକ, ମୁନିଗୁଡ଼ା, ଅମ୍ବାଦଳା, କଲ୍ୟାଣୀସିଂପୁର ଓ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼, ଲାଞ୍ଜିଗଡରୋଡ଼, ବିଶ୍ୱନାଥପୁର ଓ ଭବାନୀପାଟଣା ଆଣିଥାନ୍ତି।

publive-image pix4d.com

ପାହାଡ଼ରେ ଭଲ ରାସ୍ତା ନଥିବାରୁ ମୁଣ୍ଡରେ ସପୁରି ବୋହିବାକୁ ପଡ଼ିଥାଏ। ହେଲେ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ଏହି ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଗୋଟାକୁ ୪ରୁ ୫ ଟଙ୍କା ଦେଇ ସବୁ ସପୁରି କିଣି ନେଉଛନ୍ତି। ସେମାନେ ଏହାକୁ ନିଜ ନିଜ ରାଜ୍ୟରେ ବିଭିନ୍ନ ବଜାରରେ ୪୦ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି। ଏଥିସହ ସପୁରୀରୁ ମଦ, ଜେଲି, କେକ୍, ଆଚାର ତିଆରି କରି ବ୍ୟବସାୟୀମାନେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe