ଦେଶରେ ଜନସଂଖ୍ୟା ଏବେ ସ୍ଥିର, ପ୍ରଜନନ ହାର ୨.୧ ତଳେ

Advertisment
ଦେଶରେ ଜନସଂଖ୍ୟା ଏବେ ସ୍ଥିର, ପ୍ରଜନନ ହାର ୨.୧ ତଳେ

Inside Ne

ନୂଆଦିଲ୍ଲୀ : ଭାରତର ମୋଟ ପ୍ରଜନନ ହାର (ଟିଏଫ୍‌ଆର୍‌) ପ୍ରାୟ ୨କୁ ଆସିଯାଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌) ଡାଟା ମୁତାବକ ଟିଏଫ୍‌ଆର୍‌ ୨୦୧୬ରେ ୨.୨ରେ ଥିବା ବେଳେ ଏବଂ ଏହା ହ୍ରାସ ପାଇଁ ପ୍ରାୟ ୨କୁ ଆସିଯାଇଛି । ଅର୍ଥାତ ଜଣେ ମହିଳା ନିଜ ଜୀବନକାଳରେ ସନ୍ତାନ ଜନ୍ମ ଦେବାର ହାର ୨.୨ରୁ କମି ୨ରେ ପହଞ୍ଚିଛି। ଏହାଦ୍ବାରା ଦେଶର ଜନସଂଖ୍ୟା ଏବେ ପ୍ରାୟତଃ ସ୍ଥିର ହୋଇଯାଇଛି ଏବଂ ଏଥିରେ ମାମୁଲି ବୃଦ୍ଧି ହେଉଛି। ୨୦୧୯ରୁ ୨୦୨୧ ମଧ୍ୟରେ ହୋଇଥିବା ଦୁଇଟି ପର୍ଯ୍ୟାୟ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ର ଦ୍ବିତୀୟ ପର୍ଯ୍ୟାୟ ତଥ୍ୟ ମୁତାବକ ଗର୍ଭନିରୋଧକର ପ୍ରସାର ହାର ଏବେ ୫୪ ପ୍ରତିଶତରୁ ବଢ଼ି ୬୭ ପ୍ରତିଶତ ହୋଇଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଆଜି ଏ ବାବଦ ତଥ୍ୟ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe