ସମ୍ବଲପୁର: ପୁଣି ଫେକ୍‌ ମେଲ୍‌ କରି ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ମେସେଜ

Advertisment

ଏଥର ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ନଁରେ ଫେକ୍‌ ମେଲ୍‌ ଆଇଡି, ସାଇବର୍‌ ଥାନାରେ ଅଭିଯୋଗ

ଏଥର ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ନଁରେ ଫେକ୍‌ ମେଲ୍‌ ଆଇଡି, ସାଇବର୍‌ ଥାନାରେ ଅଭିଯୋଗ

ସମ୍ବଲପୁର: ପୁଣି ଫେକ୍‌ ମେଲ୍‌ କରି ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ମେସେଜ

Gizbot

ସମ୍ବଲପୁର : ପୁଣି ଫେକ୍‌ ମେଲ୍‌ ଆଇଡି ଖୋଲି ଏକ ଘରୋଇ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ମେସେଜ ପଠାଯାଇଛି। ଏଥର କିନ୍ତୁ ଜଣେ ୩ୟ ଶ୍ରେଣୀ ଛାତ୍ରୀଙ୍କ ନାଁରେ ମେଲ୍‌ ଆଇଡି ତିଆରି ହୋଇ ଏଭଳି କାରନାମା କରାଯାଇଛି। ଏ ନେଇ ସାଇବର୍‌ ଥାନାରେ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ କେହି ଜଣେ ଦୁର୍ବୃତ୍ତ ତୃତୀୟ ଶ୍ରେଣୀର ଛାତ୍ରୀଙ୍କ ନାଁରେ ଏକ ଫେକ୍‌ ମେଲ୍‌ ଆଇଡି ତିଆରି କରିଥିଲା। ପରେ ଉକ୍ତ ମେଲ୍‌ ଆଇଡିରେ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇଥିଲା। ଦୁର୍ବୃତ୍ତ ଜଣକ ଚତୁରତାର ସହ ବିଶ୍ବାସ ଜନ୍ମାଇବା ପାଇଁ ଉକ୍ତ ଛାତ୍ରୀଙ୍କ ନାଁରେ ହେଉଥିବା କ୍ଲାସ୍‌ ପରୀକ୍ଷାର ପେପର୍‌ ମଧ୍ୟ ଦାଖଲ କରିଥିଲା। ତେବେ ଏକାବେଳେ ୨ ଥର ଦାଖଲ କରିବା ପରେ ଘଟଣାଟି ପଦାକୁ ଆସିଥିଲା। ଉକ୍ତ ଶିକ୍ଷୟିତ୍ରୀ ଜଣକ ତୃତୀୟ ଶ୍ରେଣୀର ଛାତ୍ରୀଙ୍କ ଅଭିଭାବକଙ୍କ ସହ ଯୋଗାଯୋଗ କରି ୨ ଥର କାହିଁକି ପେପର୍‌ ଦାଖଲ କରୁଛନ୍ତି ବୋଲି ପଚାରିବାରୁ ସେମାନେ ଆଶ୍ଚର୍ଯ୍ୟ ହେବା ସହ ଥରେ ବି ଦାଖଲ କରାଯାଇ ନଥିବା କହିଥିଲେ। ଏହାପରେ ଶିକ୍ଷୟିତ୍ରୀଙ୍କ ସନ୍ଦେହ ହେବାରୁ ସେ ସବୁକଥା ଛାତ୍ରୀଙ୍କ ପରିବାରକୁ ଜଣାଇଥିଲେ। ଏହାପରେ ଛାତ୍ରୀଙ୍କ ବାପା ଶୁକ୍ରବାର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ସମ୍ବଲପୁର ଅଞ୍ଚଳର ଆଉ ଏକ ଘରେଇ ଶିକ୍ଷାନୁଷ୍ଠାନର ଜଣେ ନବମ ଶ୍ରେଣୀ ଛାତ୍ର ତାଙ୍କ ବିଦ୍ୟାଳୟର ଟ୍ରଷ୍ଟିଙ୍କ ନାଁରେ ଫେକ୍‌ ମେଲ୍‌ ଆଇଡି ଖୋଲି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ମେଲ୍‌ କରିଥିଲେ। ସାଇବର ପୁଲିସ ଖୋଳତାଡ଼ କରିବା ପରେ ଉକ୍ତ ମେସେଜ ବିଦ୍ୟାଳୟର ଜଣେ ଛାତ୍ର କରିଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe