ହ୍ୱାଟ୍‌ସଆପ୍ ଗ୍ରୁପ୍‌ରେ ଅଶ୍ଳୀଳ ଭିଡିଓ, ବିଧାୟକଙ୍କ ଅଭିଯୋଗ ପରେ ୪ ଅଟକ

Advertisment
ହ୍ୱାଟ୍‌ସଆପ୍ ଗ୍ରୁପ୍‌ରେ ଅଶ୍ଳୀଳ ଭିଡିଓ, ବିଧାୟକଙ୍କ ଅଭିଯୋଗ ପରେ ୪ ଅଟକ

pakistantoday.com.pk

ଯଶିପୁର/ପଦ୍ମପୁର : ମୟୂରଭଞ୍ଜ ଜିଲ୍ଲା ଯଶିପୁର ନିର୍ବାଚନମଣ୍ଡଳୀର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ ଥିବା ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଅଶ୍ଲୀଳ ଭିଡିଓ ପଠାଇ ହରଡ଼ଘଣାରେ ପଡ଼ିଛନ୍ତି ୪ ଯୁବକ। ଏହି ଘଟଣାରେ ପୁଲିସ ୪ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି।

ସୂଚନା ମୁତାବକ, ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଯଶୀପୁର ବିଧାୟକ ଗଣେଶ ରାମସିଂଙ୍କୁ ସଦସ୍ୟ ରଖାଯାଇଛି। ଉକ୍ତ ଗ୍ରୁପ୍‌ରେ ସଦସ୍ୟ ଥିବା ଜଣେ ଯୁବକ ଏକ ଅଶ୍ଳୀଳ ଭିଡିଓ ପକାଇଥିଲେ। ଯାହାକୁ ବିଧାୟକ ଶ୍ରୀ ଖୁଣ୍ଟିଆ ବିରୋଧ କରିବା ସହ ଏପ୍ରକାର ଭିଡିଓ ପୋଷ୍ଟ କରିବା ଆଇନତଃ ଏକ ଅପରାଧ ବୋଲି ସୂଚାଇ ଗ୍ରୁପ୍‌ର ଆଡମିନ୍ ଓ ସଦସ୍ୟମାନଙ୍କୁ ସତର୍କ କରାଇଥିଲେ। ହେଲେ ଗ୍ରୁପ୍‌ରେ ଥିବା କିଛି ସଦସ୍ୟ ଆପତ୍ତିଜନକ ଭିଡିଓକୁ ହଟାଇବା‌ ପରିବର୍ତ୍ତେ ବିଧାୟକଙ୍କ ଉଦ୍ଦେଶ୍ୟରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଫଳରେ ବିଧାୟକ ଶ୍ରୀ ଖୁଣ୍ଟିଆ ଯଶିପୁର ଥାନାରେ ଏ ନେଇ ଲିଖିତ ଭାବେ ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରି ଖରାପ ମନ୍ତବ୍ୟ ଦେଇଥିବା ୪ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି। ଅନ୍ୟପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ନିଜ ମୋବାଇଲ୍‌ ସୁଇଚ୍‌ ଅଫ୍‌ ରଖିଥିବାବେଳେ ଏଯାଏ ପୁଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe