Sambad English
କେନ୍ଦୁଝର : ଜଣେ ଯୁବକଙ୍କ ଫଟୋକୁ ଯୋଡି ଅଶ୍ଳୀଳ ଢ଼ଙ୍ଗରେ ପ୍ରସ୍ତୁତ ହୋଇଥିବା ଏକ ଭିଡ଼ିଓ ଭାଇରାଲ ନେଇ କେନ୍ଦୁଝର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବକ। ଏହି ଯୁବକ ଜଣଙ୍କ ହେଉଛନ୍ତି କେନ୍ଦୁଝର ସହର ଭାଲୁକିପାତଳାର ସ୍ମୃତି ପ୍ରକାଶ ବ୍ରହ୍ମ।
ଅଭିଯୋଗ ଅନୁସାରେ, ଗତ ୪ ତାରିଖରେ ଏକ ଅଜଣା ଫୋନ୍ ନମ୍ବରରୁ ତାଙ୍କ ପାଖକୁ ଫୋନ୍ ଆସିଥିଲା। ଫୋନ କରୁଥିବା ବ୍ୟକ୍ତି ଜଣକ ତାଙ୍କୁ ଟଙ୍କା ନ ଦେଲେ ବଦ୍ନାମ କରି ଦେବ ବୋଲି ଧମକ ଦେଇଥିଲା। ଏମିତିକି ଯୁବକଙ୍କ ଫଟୋକୁ ନେଇ ଏଡିଟିଂ କରି ବଦନାମ କରିବାକୁ ଧମକ ଦେଇଥିଲା। ତେବେ ଏହାକୁ ସେ ଗୁରୁତ୍ବ ଦେଇ ନ ଥିଲେ। ମାତ୍ର ଦୁଇ ଦିନ ପରେ ଏକ ୱ୍ବେବ ଚ୍ୟାନେଲରେ ତାଙ୍କ ଫଟୋକୁ ବ୍ୟବହାର କରି ଅଶ୍ଳୀଳ ଢ଼ଙ୍ଗରେ ପରିବେଷଣ କରଯାଇଥିଲା। ଯାହାକି ତାଙ୍କ ବ୍ୟକ୍ତିଗତ ସ୍ବାଧୀନତାକୁ କ୍ଷୁଣ୍ଣ କରିବା ସହିତ ସାମାଜିକ ପ୍ରତିଷ୍ଠା କ୍ଷୁଣ୍ଣ କରିଛି ବୋଲି ଶ୍ରୀ ବ୍ରହ୍ମ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ କେନ୍ଦୁଝର ଟାଉନ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ବୋଲି ଥାନା ଅଧିକାରୀ ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି।
  
 Follow Us