ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରଥମଥର ପାଇଁ ଆସିବ ପୋର୍ଟେବୁଲ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ

Advertisment
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରଥମଥର ପାଇଁ ଆସିବ ପୋର୍ଟେବୁଲ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରଥମଥର ପାଇଁ ପୋର୍ଟେବୁଲ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ ଆସିବ। ନନ୍ଦନକାନନ କର୍ତ୍ତୃପକ୍ଷ ଏଥିପାଇଁ ପିସିସିଫ ୱାଇଲଡଲାଇଫକୁ ନିବେଦନ କରିଛନ୍ତି। ପ୍ରାଣୀମାନେ ଶାବକ ଜନ୍ମ ହେବାର ସମସ୍ୟାକୁ ଦୃଷ୍ଟିରେ ରଖି ଏହି ମେସିନ ସହଯୋଗ କରିବ ବୋଲି ଆଶା କରାଯାଉଛି । କେତୋଟି ଶାବକ ମା’ ପେଟରେ ରହିଛନ୍ତି, ସେ ସମ୍ପର୍କରେ ପଶୁଚିକିତ୍ସକଙ୍କୁ ସହାୟକ ହେବ ଏହି ମେସିନ ।

ଜନ୍ତୁ ମାନଙ୍କର ପ୍ରେଗ୍ନେସି ସମ୍ପର୍କିତ ସମସ୍ୟାକୁ ଏଡାଇ ପାରିବ ପୋର୍ଟେବୁଲ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ । ଏହା ସହିତ ପୋଟେବୁଲ ଏକ୍ସରେ ମେସିନ ଓ ଗ୍ୟାସୀୟସ ମେସିନ ପାଇଁ ପିସିସିଏଫକୁ ନିବେଦନ କରିଛନ୍ତି । ୪୫ ଲକ୍ଷ ଟଙ୍କାରେ ସମସ୍ତ ମେସିନ ଅଣାଯିବବୋଲି ସୂଚନା ଦେଇଛନ୍ତି ଉପନିର୍ଦେଶକ ସଂଜିତ କୁମାର । ଏହାସହ ଅତ୍ୟାଧୁନିକ ଅପରେସନ ଥିଏଟର ଗଢ଼ାଯିବ। ଏଥିପାଇଁ ନୂତନ ଭେଟନାରୀ ଗୃହ ନିର୍ମାଣ ସରିଛି ବୋଲି ଉପନିର୍ଦ୍ଦେଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe