କୋଭିଡ୍‌ ମହାମାରୀ ଆଣିଛି ସକାରାତ୍ମକ ପରିବର୍ତ୍ତନ: ସନ୍ତାନମାନଙ୍କ ଯତ୍ନ ନେବାରେ ପୁରୁଷମାନଙ୍କ ସହଭାଗିତା ବୃଦ୍ଧି

Advertisment
କୋଭିଡ୍‌ ମହାମାରୀ ଆଣିଛି ସକାରାତ୍ମକ ପରିବର୍ତ୍ତନ: ସନ୍ତାନମାନଙ୍କ ଯତ୍ନ ନେବାରେ ପୁରୁଷମାନଙ୍କ ସହଭାଗିତା ବୃଦ୍ଧି

Oneindia

ଭୁବନେଶ୍ବର: କରୋନା ସମୟରେ ଲକ୍‌ଡାଉନ୍‌ ହେତୁ ଏକାଠି ପତି ଓ ପତ୍ନୀ ଦୀର୍ଘ ସମୟ ଧରି ଘରେ ରହିବାକୁ ପଡ଼ୁଥିଲା। ଏହାଦ୍ବାରା ପାରିବାରିକ ସମ୍ପର୍କ ଦୃଢ଼ ହେବା ସହ ପୁରୁଷମାନେ ନିଜ ସ୍ତ୍ରୀ ଓ ପିଲାମାନଙ୍କ ପ୍ରତି ଦାୟିତ୍ବ ସମ୍ପର୍କରେ ଅଧିକ ସଚେତନ ହୋଇଛନ୍ତି। ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପକ୍ଷରୁ ସାରା ରାଜ୍ୟରେ ବ୍ୟାପକ ଭାବେ ଆରମ୍ଭ କରାଯାଇଥିବା 'ଘରେ ଘରେ ଅରୁଣିମା' କାର୍ଯ୍ୟକ୍ରମରେ ପୁରୁଷମାନଙ୍କ ସର୍ବାଧିକ ଭାଗିଦାରୀ ଦେଖିବାକୁ ମିଳିଛି। ଫଳରେ ମହିଳାମାନଙ୍କ ଉପରେ କାର୍ଯ୍ୟଚାପ କମିଛି ଓ ପାରିବାରିକ ସମ୍ପର୍କ ଆହୁରି ନିବିଡ଼ ହୋଇଥିବା ସରକାର କହିଛନ୍ତି।

ମହିଳା ଓ ଶିଶୁ ବିକାଶ ପକ୍ଷରୁ କରୋନା ସମୟରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କ ପାଠପଢ଼ା ବ୍ୟତୀତ ନୃତ୍ୟସଙ୍ଗୀତ, ଗଳ୍ପକଥନ, ଚିତ୍ରାଙ୍କନ ଆଦି ମାଧ୍ୟମରେ ସୃଜନାତ୍ମକ ବିକାଶ ପାଇଁ ଉଦ୍ୟମ କରାଯାଉଛି। ପିଲାମାନଙ୍କ ବିଭିନ୍ନ କଥା ଶିଖିବା, ଖେଳିବା ବିଷୟରେ ମାତା ପିତାମାନଙ୍କୁ ଅଧିକ ସଚେତନ କରାଯାଉଛି। କରୋନା ମହାମାରୀ ସମୟରେ ଶିଶୁମାନଙ୍କୁ ନିୟମିତ ଟୀକାକରଣ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇଯିବା ସହିତ ମମତା ଦିବସରେ ଗର୍ଭବତୀ ପତ୍ନୀଙ୍କୁ ଯତ୍ନର ସହ ଅଙ୍ଗନବାଡ଼ିରେ ପଞ୍ଚାଇବା ଆଦି ପ୍ରତ୍ୟେକ କାର୍ଯ୍ୟରେ ପୁରୁଷମାନେ ସହଯୋଗ କରୁଛନ୍ତି। ଏହାଯୋଗୁ ମହିଳାମାନେ ବିନା ବାଧା ବିଘ୍ନରେ ନିଜ ସନ୍ତାନମାନଙ୍କୁ ସ୍ତନ୍ୟପାନ ପାଇଁ ଯଥେଷ୍ଟ ସମୟ ପାଇ ପାରୁଛନ୍ତି। ଯାହାକି ଆଗରୁ ସମୟ ଅଭାବରୁ ଠିକ୍‌ ଭାବେ କରିବା କଷ୍ଟକର ହେଉଥିଲା। ଅଭିଯାନର ସଫଳତା ସମ୍ପର୍କରେ ସନ୍ତୋଷ ପ୍ରକାଶ କରି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁଗର୍ଗ କହିଛନ୍ତି, ଅଧିକରୁ ଅଧିକ ପୁରୁଷ ନିଜ ପରିବାରରେ ଥିବା ସନ୍ତାନମାନଙ୍କ ସ୍ବାସ୍ଥ୍ୟସେବା, ପୁଷ୍ଟିସାଧନ ଓ ଘରୋଇ କାର୍ଯ୍ୟରେ ସଂଶ୍ଲିଷ୍ଠ ହେବା ଏକ ଶୁଭ ସୂଚନା। ଏହାଦ୍ବାରା ପରିବାରର ମହିଳାମାନଙ୍କ ଉପରେ କାର୍ଯ୍ୟଚାପ କମିବା ସହିତ ପାରିବାରିକ ସମ୍ପର୍କ ଆହୁରି ନିବିଡ଼ ହୋଇପାରିଛି। ଏହି ଅଭିଯାନକୁ ସଫଳତାର ସହ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାରେ ଅଙ୍ଗନବାଡ଼ି କର୍ମୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ନିକଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୁରୁତର ବନ୍ୟା ଯୋଗୁ ପାଣି ଘେରରେ ଥିବା ହିତାଧିକାରୀଙ୍କ ଘରେ ଅଙ୍ଗନବାଡ଼ି କର୍ମୀମାନେ ଶୁଖିଲା ରାସନ ପହଞ୍ଚାଇବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe