ନିର୍ବାଚନ ପରବର୍ତ୍ତୀ ହିଂସା: ଗୁଳିକାଣ୍ଡରେ ୩ ଗୁରୁତର, ଫୋର୍ସ ମୁତୟନ

ନିର୍ବାଚନ ପରବର୍ତ୍ତୀ ହିଂସା: ଗୁଳିକାଣ୍ଡରେ ୩ ଗୁରୁତର, ଫୋର୍ସ ମୁତୟନ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦହ୍ୟା ପଞ୍ଚାୟତରେ ସୋମବାର ନିର୍ବାଚନ ପରବର୍ତ୍ତୀ ହିଂସା ଚରମ ସୀମାରେ ପହଞ୍ଚିଛି। ଗୋଟିଏ ଗୋଷ୍ଠୀର ଗୁଳି ମାଡ଼ରେ ଅନ୍ୟ ଏକ ଗୋଷ୍ଠୀର ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଆଜି ଦହ୍ୟା ପଞ୍ଚାୟତରେ ବିଜୟୀ ହୋଇଥିବା ସରପଞ୍ଚ ପ୍ରାର୍ଥୀ ନିଜ ସମର୍ଥକଙ୍କ ଗହଣରେ ଦହ୍ୟାରେ ବିଜୟ ଶୋଭାଯାତ୍ରା କରୁଥିଲେ। ଦହ୍ୟା ଛକରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକ ଗୋଷ୍ଠୀଙ୍କ ପକ୍ଷରୁ କୁଆଡ଼େ ପ୍ରଥମେ ଢେଲାମାଡ଼ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଜୟୀ ଗୋଷ୍ଠୀଙ୍କ ପକ୍ଷରୁ ୧୦ ରାଉଣ୍ଡ ଗୁଳି ଚାଳନା ହୋଇଛି। ଏଥିରେ କିରାସିରା ଗାଁର ରାଜେନ୍ଦ୍ର ଜଗଦଲା, ଗୋପାଳ ମଲ୍ଲିକ ଓ ଚନ୍ଦନ ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ମନମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ, ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ଭିମ୍‌ସାରକୁ ରେଫର୍‌ କରାଯାଇଛି। ଏହାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି। ସେଠାରେ ୨ ପ୍ଲାଟୁନ ପୁଲିସ ମୁତୟନ ହେବା ପରେ  ସ୍ଥିତିରେ ଉନ୍ନତି ଆସିଛି। ଦହ୍ୟାରେ ବୌଦ୍ଧ ଅତିରିକ୍ତ ଏସ୍‌ପି ରବୀନ୍ଦ୍ର ରାଉତ, ଏସ୍‌ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଓ ଡିଏସ‌୍‌ପି ତପସ୍ବିନୀ କଅଁରଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଅଛନ୍ତି। ସେହିପରି ରୁଣ୍ଡିମହୁଲ ପଞ୍ଚାୟତ ସୁଲିଆ ଗ୍ରାମରେ ବିଜେଡି ଓ ବିଜେପି ମଧ୍ୟରେ ଗଣ୍ଡଗୋଳ ହୋଇଛି। କଣ୍ଟାମାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ଏହି ପଞ୍ଚାୟତର ଚୌରିଆଁପଦର ଗାଁରେ ବୁଥ ଜବରଦଖଲ ଅଭିଯୋଗ ହେବା ପରେ ଗତ ୨୩ ତାରିଖରେ ସାନି ନିର୍ବାଚନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe