ନିର୍ବାଚନ ପରବର୍ତ୍ତୀ ହିଂସା: ସରପଞ୍ଚଙ୍କ ପୁଅଙ୍କୁ ପ୍ରାଣାନ୍ତକ ଆକ୍ରମଣ

Advertisment
ନିର୍ବାଚନ ପରବର୍ତ୍ତୀ ହିଂସା: ସରପଞ୍ଚଙ୍କ ପୁଅଙ୍କୁ ପ୍ରାଣାନ୍ତକ ଆକ୍ରମଣ

ନୀଳଗିରି: ନୀଳଗିରି ବ୍ଲକ ବାଉଁଶବଣିଆ ପଞ୍ଚାୟତରେ ରବିବାର ପୂର୍ବାହ୍ନରେ ନିର୍ବାଚନୀ ପରବର୍ତ୍ତୀ ହିଂସାକାଣ୍ଡ ଘଟିଛି। ଏହି ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ନିରଞ୍ଜନ ବାରିକଙ୍କ ପୁଅ ଲେଲିନ୍‌ ଆଜି ନିଜ ସ୍କୁଟିରେ ଘରକୁ ଫେରୁଥିବା ସମୟରେ ଗୁହାଳିଆ ଠାରେ ସେହିଗ୍ରାମର କିଛି ବ୍ୟକ୍ତି ତାଙ୍କୁ ଅଟକାଇଥିଲେ। ଏହାପରେ ତାଙ୍କୁ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରିବାର ଲୋକେ ଲେଲିନ୍‌ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ହାତଗୋଡ଼ ଓ ଶରୀରରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ବାଲେଶ୍ବର ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇ ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ଅଭିଯୋଗ ମୁତାବକ, ଚଳିତ ପଞ୍ଚାୟତ ନିର୍ବାଚନରେ ବାଉଁଶବଣିଆ ପଞ୍ଚାୟତରେ ନିରଞ୍ଜନ ବାରିକ ସିପିଆଇ ସମର୍ଥିତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ଗୁହାଳିଆ ଗ୍ରାମର ୱାର୍ଡସଭ୍ୟ ହାରଜିତକୁ ନେଇ ତାଙ୍କ ସହ ଅପରପକ୍ଷଙ୍କ ଛକାପଞ୍ଝା ଲାଗିରହିଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଆଜି ଶ୍ରୀ ବାରିକଙ୍କ ପୁଅ ଲେଲିନ୍‌ ସ୍ଥାନୀୟ ପାଟପୁର ବଜାରରୁ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଗୁହାଳିଆ ଛକରେ ଉକ୍ତ ଗ୍ରାମର କୃଷ୍ଣଚନ୍ଦ୍ର ବେହେରା, ତାଙ୍କ ପୁଅ ଦୀନବନ୍ଧୁ ବେହେରା, ପଦ୍ମଲୋଚନ  ବେହେରା, ଅଜୟ ରାଉତ, ଶୀତିକାନ୍ତ ମହାନ୍ତି ଏବଂ ଅନ୍ୟମାନେ ଏକଜୁଟ ହୋଇ ତାଙ୍କୁ ଅଟକାଇଥିଲେ।

ଏହା ପରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାରୁ ଲେନିନ୍ ସେମାନଙ୍କୁ ପ୍ରତିବାଦ କରିଥିଲେ। ଅଭିଯୁକ୍ତମାନେ ପୂର୍ବ ଯୋଜନା ଅନୁସାରେ ରଖିଥିବା ବିଭିନ୍ନ ମାରଣାସ୍ତ୍ରରେ ଲେନିନ୍‌ଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ତାଙ୍କର ୨ ଗୋଡ଼, ମୁଣ୍ତ, ଛାତି, ହାତ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ନୀଳିଗିରି ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe