ନିର୍ବାଚନ ପରବର୍ତ୍ତୀ ହିଂସା କାଣ୍ଡ: ଯୁବକଙ୍କୁ ଗୁଳି ମାଡ ଘଟଣାରେ ୨ ଗିରଫ

Advertisment
ବାହାରୁ ତାଲା ପକାଇ ନିଆଁ ଲଗାଇବା ଘଟଣା: ସ୍ୱାମୀ, ପ୍ରେମିକା ଓ କାକା ପୁଅ ଭାଇ ଗିରଫ

newsfirst.lk

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ନିର୍ବାଚନ ପରିବର୍ତ୍ତୀ ହିଂସ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆପଡ଼ା ଥାନା ଗୋବରା ଗ୍ରାମର ରାଜେନ୍ଦ୍ର ରାଉତ (୩୨) ଓ ଦିଆନମୁଣ୍ଡ ଗ୍ରାମର ମିତ୍ରଭାନୁ ଶବର (୩୪)। ଉଭୟ ଘରେ ଶୋଇଥିବା ବେଳେ ଉଭୟ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଗୁଳି କରିଥିଲେ। ପୁଲିସ ସେମାନଙ୍କଠାରୁ ଏକ ବନ୍ଧୁକ ଜବତ କରିଛ। ନୂଆପଡା ଡିପିଓଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କହିଛି, ଚଳିତ ମାସ ୧୬ ତାରିଖରେ ନୂଆପଡ଼ା ଜିଲ୍ଲା ଲଖନା ଥାନା  ଲିମଡିହି ଗାଁ ମହୋନ ସାହୁଙ୍କ ଶଳା ବଲାଙ୍ଗୀର ଜିଲ୍ଲା  ମୁରିବାଲ ଥାନା ଚିତ୍ରାମୁଣ୍ଡା ଗ୍ରାମର ରୂପେଶ ସାହୁ ବର୍ଷେ ହେବ ରହି ଆସୁଥିଲେ।

ଚଳିତ ପଞ୍ଚାୟତ ନିର୍ବାଚନରେ ଲିମିଡିହି ଗାଁର ୱାର୍ଡ ମେମ୍ବର ପ୍ରାର୍ଥୀ ଭାବରେ ମୋହନ ସାହୁ ଓ ବିପକ୍ଷରେ ରାମଲାର ଶବର ଛିଡା ହୋଇଥିଲେ। ରାମଲାଲ ଶବର ବିଜୟୀ ହୋଇଥିଲେ। ହେଲେ ବିଜୟୀ ପ୍ରାର୍ଥୀ ରାମଲାଲଙ୍କ ତିନି ପୁଅ ଓ ଝିଅ ରହିଥିବା ଅଭିଯେଗ କରି ମୋହନ ୱାର୍ଡ ମେମ୍ବର ପ୍ରାର୍ଥୀ ଆର୍‌ଟିଆଇରେ ତଥ୍ୟ ମାଗିଥିଲେ। ଏଥିର ପ୍ରତିଶୋଧ ନେବା ପାଇଁ  ବିଜୟୀ ପ୍ରାର୍ଥୀଙ୍କ ସମର୍ଥକମାନେ ମଙ୍ଗଳବାର ବିଳମ୍ବିତ ରାତିରେ ମୋହନଙ୍କ ଘରକୁ ଯାଇ କବାଟ  ବା‌ଡେଇ ଥିଲେ। ହେଲେ ଘରେ ଥିବା ରୂପେଶ  କବାଟ ଖୋଲିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି ମାଡ କରିଥିଲେ। ଏଥିରେ ଗୁଳି ରୁପେଶ ମଣ୍ଡରେ ସିଧାସଳଖ ନବାଜି କାନ୍ଥରେ ବାଜି ପରେ ତାଙ୍କ ମୁଣ୍ଡରେ ବାଜିଥିଲା। ରୂପେଶଙ୍କୁ  ଆହତ ଅବସ୍ଥାରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାାଇଥିଲା। ତେବେ ସେଠାରେ ଡାକ୍ତର ଅଧିକା ଚିକିତ୍ସା ଲାଗି ବାହାରକୁ ନେବାକୁ  କହିଥିଲେ। ପରେ ଭିଣୋଇ ତାଙ୍କୁ  ରାୟପୁର ନେଇ ଅସ୍ତ୍ରୋପଚାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe