ଭୁବନେଶ୍ୱର: ଓଏଚ୍ଆରସି ଅଧ୍ୟକ୍ଷ ପଦ ପୂରଣ ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନାମ ସୁପାରିସ୍ କରାଯାଇଛି। ସେହିପରି ଖାଲି ପଡ଼ିଥିବା ଅନ୍ୟ ୨ ପଦ ପୂରଣ ପାଇଁ ନାମ ସୁପାରିସ୍ ହୋଇଛି। ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟବିଚାରପତି ଅଧ୍ୟକ୍ଷ ପଦରେ ରହିବେ। ସେହିଭଳି ଅନ୍ୟ ୨ ସଦସ୍ୟ ପଦରେ ମଧ୍ୟ ହାଇକୋର୍ଟର ବିଚାରପତି ରହିବେ। ବୈଠକ ପରେ ବିରୋଧୀଦଳ ନେତା ନରସିଂହ ମିଶ୍ର ଏହି ସୂଚନା ଦେଇଛନ୍ତି। ବୈଠକରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ।
ଓଏଚ୍ଆରସି ଅଧ୍ୟକ୍ଷ ପଦ ପୂରଣ ପାଇଁ ରାଜ୍ୟପାଳଙ୍କୁ ନାମ ସୁପାରିସ୍
Advertisment
Follow Us