ଶବ ବ୍ୟବଚ୍ଛେଦ ପରେ ଡାକ୍ତରଙ୍କ ସୂଚନା: ‘ବାବୁଲାଙ୍କ କିଡ୍‌ନି ଚୋରି ହୋଇନି’

Advertisment

କଟକ - ଭୁବନେଶ୍ବର ରାସ୍ତାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ସୁଡ଼୍ରା ପଂଚାୟତର ଟିକରବାଜୁ ଗ୍ରାମର ବାବୁଲାଙ୍କର ୧୬ ତାରିଖରେ ମୃତ୍ୟୁ ଘଟିଥିଲା।

କଟକ - ଭୁବନେଶ୍ବର ରାସ୍ତାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ସୁଡ଼୍ରା ପଂଚାୟତର ଟିକରବାଜୁ ଗ୍ରାମର ବାବୁଲାଙ୍କର ୧୬ ତାରିଖରେ ମୃତ୍ୟୁ ଘଟିଥିଲା।

jjgfjfhjhjhj

ବାଲିଗୁଡ଼ା: କଟକ - ଭୁବନେଶ୍ବର ରାସ୍ତାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ସୁଡ଼୍ରା ପଂଚାୟତର ଟିକରବାଜୁ ଗ୍ରାମର ବାବୁଲାଙ୍କର ୧୬ ତାରିଖରେ ମୃତ୍ୟୁ ଘଟିଥିଲା। ପରେ ତାଙ୍କ କିଡ଼୍‌ନି କାଢ଼ି ନିଆ ଯାଇଥିବା ଅଭିଯୋଗ ଆଣି ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଗତକାଲି କବର ଖୋଳି ମାଜିଷ୍ଟ୍ରେଟଙ୍କ ଉପସ୍ଥତିରେ କଫିନରୁ ଶବ ବାହାର କରି ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିଥିଲା। ଆଜି ସଂପୃକ୍ତ ଡାକ୍ତରଖାନାରେ  ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ବିଶାଳ ଦୋରା ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି, ମୃତ ବ୍ୟକ୍ତି ବାବୁଲା ଦିଗାଳଙ୍କ ଶବ ସେ ବ୍ୟବଚ୍ଛେଦ କରିଛନ୍ତି ଓ କିଡ୍‌ନି ଚୋରି ହୋଇନାହିଁ। ବ୍ୟବଚ୍ଛେଦ ସମୟରେ ମୃତକଙ୍କ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଯଥାରୀତି ରହିଛି। ତାଙ୍କ ଶରୀରରୁ କୌଣସି ଅଙ୍ଗ ବାହାର କରାଯାଇ ନଥିବା ସେ ସ୍ପଷ୍ଟ କରିଛନ୍ତି। ଆସନ୍ତା ଦୁଇଦିନ ଭିତରେ ଏନେଇ ସେ ସମ୍ପୂର୍ଣ୍ଣ ତଥ୍ୟ ଆଧାରିତ ରିପୋର୍ଟ ପୁଲିସକୁ ପ୍ରଦାନ କରିବେ। ସିଡିଏମଓଙ୍କ ନିର୍ଦ୍ଦେଶ କ୍ରମେ ସେ ସାମ୍ବାଦିକଙ୍କୁ ଡାକି ଏହି ସୂଚନା ଦେଇଥିବା କହିଛନ୍ତି। 

ଡାକ୍ତର ବିଶାଳ ଦୋରା ସାମ୍ବାଦିକଙ୍କୁ ସୂଚନା ଦେବା ସମୟରେ ଡାକ୍ତର ଜିତେନ୍ଦ୍ର ବେହେରା ମଧ୍ୟ ଉପସ୍ଥିତ ଥିଲେ। ତେବେ ମୃତକଙ୍କ ପରିବାର ସଦସ୍ୟଙ୍କ ମନରେ ଏବେ ବି ସନ୍ଦେହ ରହିଛି। ମୃତ ବାବୁଲାର ଅଙ୍ଗ ଚୋରି ହୋଇଥିବା ନେଇ ସନ୍ଦେହ ଦୂର ହୋଇପାରି ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିଲେ। କିନ୍ତୁ ଡାକ୍ତର ପୁଲିସକୁ ପ୍ରଥମେ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ ନକରି ସାମ୍ବାଦିକଙ୍କୁ କାହିଁକି ଆଗୁଆ ସୂଚନା ଦେଲେ ବୋଲି ସାଧାରଣରେ ଆଲୋଚନା ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe