ଖାଉଟି କମିସନ୍ ସଭାପତି ଓ ସଦସ୍ୟ ପଦ ପୂରଣ ପ୍ରସଂଗ : ରାଜ୍ୟ‌ରେ ଖାଉଟି ଅଦାଲତରେ ୧୮ ସଭାପତି ପଦ ଖାଲି

Advertisment

ହାଇକୋର୍ଟରେ ଖାଉଟି କଲ୍ୟାଣ ସଚିବଙ୍କ ସତ୍ୟପାଠ ଦାଖଲ

ହାଇକୋର୍ଟରେ ଖାଉଟି କଲ୍ୟାଣ ସଚିବଙ୍କ ସତ୍ୟପାଠ ଦାଖଲ

ନୂଆ ଫର୍ମାସି କଲେଜ ଖୋଲିବା ଉପରେ କଟକଣା କୋହଳ ପ୍ରସଙ୍ଗ : ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Odisha Sun Times

କଟକ : ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ସଭାପତି, ସଦସ୍ୟ ପଦ ସହିତ ବିଭିନ୍ନ ଜିଲା ଫୋରମ ଗୁଡିକରେ ଖାଲି ପଡିଥିବା ସଦସ୍ୟ ପଦ ପୂରଣ ପ୍ରସଂଗରେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଥିସହିତ ଏହି ମାମଲାରେ ଖାଦ୍ୟ ଯୋଗାଣ ବିଭାଗ ସଚିବଙ୍କ ପକ୍ଷରୁ ଅଧିକ ମହଲତ ଲୋଡ଼ା ଯାଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଏସ.କେ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୬କୁ ଧାର୍ଯ୍ୟ କରିଛନ୍ତି। ଖାଉଟି କମିସନ୍ ଓ ସଦସ୍ୟ ପଦ ପୂରଣ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ବିଭାଗ ପକ୍ଷରୁ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଆଜି ଖାଉଟି କଲ୍ୟାଣ ବିଭାଗ ସଚିବ ଭି.ଭି.ଯାଦବଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ, ୨୦୨୦, ଜାନୁଆରି ୩୧ରେ ବିଭାଗ ପକ୍ଷରୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଖାଉଟି କମିସନ୍ ସଭାପତି ପଦ ପ୍ରସଂଗରେ ଚଠି ଲେଖାଯାଇଛି। ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହିତ ପରାମର୍ଶ କରି ରାଜ୍ୟ ସରକାର ଖାଉଟି କମିସନ ସଭାପତିଙ୍କୁ ନିଯୁକ୍ତି ପ୍ରଦାନ କରିବେ ବୋଲି ଆଇନରେ ବ୍ୟବସ୍ଥା ରହିଛି। ହାଇକୋର୍ଟର କାର୍ଯ୍ୟରତ ବିଚାରପତି ଓ କାର୍ଯ୍ୟ କରି ସାରିଥିବା ବିଚାରପତି ଏହି ପଦବିରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ। ଏପରି ପରିସ୍ଥିତିରେ ଏହି ପଦବି ପାଇଁ ବିଚାରପତି ଓ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରସ୍ତାବିତ ତାଲିକା ପ୍ରଦାନ ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହିତ ସାରା ରାଜ୍ୟରେ ଖାଉଟି ଅଦାଲତରେ ୧୮ଟି ସଭାପତି ଓ ୧୮ଟି ସଦସ୍ୟ ପଦ ଖାଲି ପଡିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ ମହାପାତ୍ର, ବିରଜା ବଳ, ଦେବ ପ୍ରସାଦ ମହାପାତ୍ର, ଅରୁଣ ସାହୁ ମାମଲା ପରିଚାଳନା କରୁଛନ୍ତି।

ପ୍ରକାଶଥାଉକି, ରାଜ୍ୟ ଖାଉଟି କମିସନ୍ ଓ ଜିଲା ଫୋରମ ଗୁଡିକରେ ଭିତ୍ତିଭୂମିର ଅଭାବ ଓ ସଦସ୍ୟ ପଦ ଖାଲି ପଡିଥିବାରୁ ଖାଉଟି ମାମଲା ଗୁଡିକର ଶୁଣାଣିରେ ବିଳମ୍ବ ହେଉଛି ବୋଲି ଅଭିଯୋଗ କରି ଓଡ଼ିଶା କଞ୍ଜୁମର ଆସୋସିଏସନ ପକ୍ଷରୁ ୧୯୯୯ ମସିହାରେ ମାମଲା ଦାୟର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe