ନେପାଳର ଦାବି କେତେ ଯଥାର୍ଥ? ‘ପୋଷ୍ଟାଲ୍‌ କଭର୍‌’ରେ ରହିଛି ପ୍ରକୃତ ସତ

Advertisment
ନେପାଳର ଦାବି କେତେ ଯଥାର୍ଥ? ‘ପୋଷ୍ଟାଲ୍‌ କଭର୍‌’ରେ ରହିଛି ପ୍ରକୃତ ସତ

ଭୁବନେଶ୍ବର : ଭାରତ ରକ୍ଷା ମଞ୍ଚ ପକ୍ଷରୁ ଆଜି ନେପାଳ ସହ ସୀମା ବିବାଦ ସମ୍ପର୍କିତ ‘ପୋଷ୍ଟାଲ୍‌ କଭର୍‌’ ପ୍ରଦର୍ଶିତ କରାଯାଇଛି। କାଲାପାନି ଅଞ୍ଚଳ ଏବଂ ସୀମାର ସଠିକ୍‌ ଚିତ୍ର ପ୍ରଦର୍ଶିତ କରୁଥିବା ଏହି କଭରରେ ନେପାଳ ପକ୍ଷରୁ କରାଯାଉଥିବା ବେଆଇନ୍‌ ଦାବି ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ମିଳିଛି।

ମଞ୍ଚର ଜାତୀୟ ସଚିବ ତଥା ଗବେଷକ ଅନୀଲ ଧୀର ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି ଯେ, ନେପାଳର ଆଭିମୁଖ୍ୟ ବିରୋଧରେ ଏକ ପ୍ରତିବାଦ ସ୍ବରୂପ ଏହି ‘ପୋଷ୍ଟାଲ କଭର୍‌’ ପ୍ରଦର୍ଶିତ କରାଯାଉଛି। ଏହି କଭର ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଏବଂ ନେପାଳର ଜାତୀୟ ସଭାର ୫୯ ଜଣ ସାଂସଦଙ୍କୁ ପୋଷ୍ଟ କରାଯାଇଛି। ଭାରତରେ ଅବସ୍ଥାପିତ ନେପାଳର ହାଇ କମିଶନରଙ୍କ ନିକଟକୁ ମଧ୍ୟ ପଠାଯାଇଛି। ଏଥିସହିତ, ନେପାଳର ଫିଲାଟେଲିକ୍ ସୋସାଇଟିର ସଭାପତିଙ୍କୁ ମଧ୍ୟ ମେଲ୍‌ କରାଯିବା ସହିତ ଶହେଟି କଭର୍‌ ନେପାଳର ଜଣାଶୁଣା ଡାକଟିକଟ ସଂଗ୍ରାହକଙ୍କ ନିକଟକୁ ପଠାଯାଇଛି।

ଶ୍ରୀ ଧୀର ଆହୁରି କହିଛନ୍ତି , ୧୯୫୪ ପରଠାରୁ ନେପାଳ ଉନ୍ମୋଚିତ କରିଥିବା ୨୯ଟି ଡାକଟିକଟରେ ହିଁ ପ୍ରକୃତ ସତ କ’ଣ ତାହା ଜଣାପଡ଼ିଛି। ଏହି ଡାକଟିକଟରେ ନେପାଳ ସରକାର କାଲାପାନିକୁ ନିଜ ଅଞ୍ଚଳ କିମ୍ବା ବିବାଦୀୟ ଅଞ୍ଚଳ ଭାବରେ ଦେଖାଇ ନାହାନ୍ତି। ଏପରିକି ସରକାରୀ ମାନଚିତ୍ର ଏବଂ ସ୍କୁଲ ଆଟ୍‌ଲାସରେ ଥିବା ମାନଚିତ୍ରଗୁଡିକରେ ନେପାଳର ଦାବି ମୁତାବକ ଭାରତୀୟ ଅଞ୍ଚଳ ସ୍ଥାନପାଇନାହିଁ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନେପାଳର ଦାବିକୁ ସମର୍ଥନ କରୁଥିବା ଚୀନ୍ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି, ଯେଉଁଥିରେ ଲିପୁଲେକ୍ ପାସ୍ (ଉତ୍ତରାଖଣ୍ଡ-ତିବ୍ଦତ ସୀମା) ବାଟଦେଇ ବାଣିଜ୍ୟିକ କାରବାର ସଂପ୍ରସାରିତ କରିବା ପାଇଁ ସହମତ ହୋଇଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ମାନଚିତ୍ରରେ କାଲାପାନିଙ୍କୁ ନେପାଳର ଅଞ୍ଚଳ ଭାବରେ ପୁନଃସ୍ଥାନିତ କରି ସେ ଦେଶର ସରକାରଙ୍କ ପକ୍ଷରୁ ଏକ ସମ୍ବିଧାନ ସଂଶୋଧନ ବିଲ୍‌ ଅଣାଯାଇଥିଲା। ଏହି ବିଲ୍‌କୁ ବିରୋଧ କରି ଭୋଟ୍‌ ନଦେବାରୁ ସାଂସଦ ସଂଗିତା ଗିରିଙ୍କୁ ପ୍ରତିନିଧି ସଭାରୁ ବହିଷ୍କାର କରାଯାଇଛି ବୋଲି ଏହି ଅବସରରେ ଶ୍ରୀ ଧୀର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe