ପୋଷ୍ଟାଲ୍ ଗାଡିରେ ଲୋକବୁହା ଚାଲିଛି, ବାରିପଦାରେ ଧରାପଡ଼ିଲେ ୨୯ଜଣ ବିହାର ବାସିନ୍ଦା

Advertisment

ଡ୍ରାଇଭର୍ ଗିରଫ, ସୀମା ପାର ହେବାକୁ ମୟୂରଭଞ୍ଜ ପାଲଟିଛି ପ୍ରଥମ ପସନ୍ଦ

ଡ୍ରାଇଭର୍ ଗିରଫ, ସୀମା ପାର ହେବାକୁ ମୟୂରଭଞ୍ଜ ପାଲଟିଛି ପ୍ରଥମ ପସନ୍ଦ

ପୋଷ୍ଟାଲ୍ ଗାଡିରେ ଲୋକବୁହା ଚାଲିଛି, ବାରିପଦାରେ ଧରାପଡ଼ିଲେ ୨୯ଜଣ ବିହାର ବାସିନ୍ଦା

ବାରିପଦା: ଆମ୍ବୁଲାନ୍ସ ପରେ ଏବେ ପୋଷ୍ଟାଲ୍ ଗାଡିରେ ଚାଲିଛି ଲୋକବୁହା କାମ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ୨୯ଜଣ ବିହାର ବାସିନ୍ଦାଙ୍କୁ ନେଇ ଆସୁଥିବା ଏକ ପୋଷ୍ଟାଲ୍ ଗାଡିକୁ ଆଜି ସକାଳେ ବାରିପଦାସ୍ଥିତ ପାଲବଣିରେ ଜବତ କରାଯାଇଛି। ଏହି ଗାଡିର ଡ୍ରାଇଭରକୁ ଗିରଫ କରାଯାଇଛି। ସେହିପରି ଏହି ପୋଷ୍ଟାଲ୍ ଡେଲିଭରି ଭ୍ୟାନରେ ଆସିଥିବା ୨୯ଜଣଙ୍କୁ ସ୍ଥାନୀୟ ଲେଡି ହାମିଲ୍ଟନ ସରକାରୀ ଉଚ୍ଚବିଦ୍ୟାଳୟରେ କ୍ୱାରେଣ୍ଟାଇନରେ ରଖାଯାଇଛି। ଏହି ୨୯ଜଣଙ୍କର ପ୍ରାଥମିକ ସ୍ବାସ୍ଥ୍ୟପରୀକ୍ଷା କରାଯାଇଛି।

publive-image

ସୂଚନା ଅନୁସାରେ ଏଚ୍ଆର୍-୬୭-ସି-୫୨୧୨ ନମ୍ବର ବିଶିଷ୍ଟ ଏକ ଏଇଚର୍ ଗାଡିରୁ କିଛି ଲୋକ ସ୍ଥାନୀୟ ପାଲବଣି ନିକଟରେ ଜାତୀୟ ରାଜପଥରେ ଓହ୍ଲାଇଥିବା ବାରିପଦା ଟାଉନ୍ ଥାନା ଆଇଆଇସି ଆଜି ସକାଳ ପ୍ରାୟ ୭ଟାରେ ଖବର ପାଇଥିଲେ। ସୂଚନା ଆଧାରରେ ଟାଉନ୍ ଥାନା ଆଇଆଇସି ବିରେନ୍ଦ୍ର ସେନାପତି ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ବିହାରରୁ ଆସିଥିବା ୨୯ଜଣଙ୍କୁ ଅଟକ ରଖିଥିଲେ। ସମସ୍ତେ ବିଶାଖାପାଟଣାରୁ ଆସିଥିବା ଜଣାପଡ଼ିଥିଲା।

publive-image

ଲକଡାଉନ ଆରମ୍ଭ ହେବା ପରେ ପରେ ସେମାନେ ବିଭିନ୍ନ ଗାଡି ବଦଳାଇ ଘର ବିହାରକୁ ଫେରୁଥିବା ସୂଚନା ଦେଇଥିଲେ। ମୟୂରଭଞ୍ଜ ଏକ ସୀମାନ୍ତବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାରୁ ସୀମା ଅତିକ୍ରମ କରି ଯିବାକୁ ଏକ ସହଜ ବାଟ ଭାବେ ଧରିନିଆଯାଇଛି। ତେବେ କେଉଁ ସ୍ଥାନରୁ ସେମାନେ ପୋଷ୍ଟାଲ୍ ଗାଡିରେ ଆସିଥିଲେ ତାହା ଜଣାପଡ଼ିନାହିଁ। ଜବତ ପୋଷ୍ଟାଲ୍ ଗାଡିଟି ଭୁବନେଶ୍ବର ବାରିପଦା ମଧ୍ୟରେ ଚଳାଚଳ କରୁଥିଲା। କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ଅଭିଯୁକ୍ତ ଡ୍ରାଇଭର୍ ଅରୁଣ ସିଂ(୩୦)ଙ୍କୁ ଗିରଫ କରାଯାଇଛି। ଏନେଇ ବାରିପଦା ଟାଉନ୍ ଥାନାରେ କେସ୍ ନଂ-୨୦୦ ମୂଳନେ ଦଫା ୩୩୬/୧୮୮ ଏମ୍ଭି ଆକ୍ଟ ୧୮୮/୧୯୨ରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe