କୋରାପୁଟ ଜିଲ୍ଲାରେ ପୋଷ୍ଟର ଯୁଦ୍ଧ

Advertisment
କୋରାପୁଟ ଜିଲ୍ଲାରେ ପୋଷ୍ଟର ଯୁଦ୍ଧ

କୋରାପୁଟ : ମାଓବାଦୀଙ୍କୁ କେନ୍ଦ୍ର କରି କୋରାପୁଟରେ ଚାଲିଛି ପୋଷ୍ଟର ଓ୍ଵାର। କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲା ଓ ପୁଲିସର ଦାଦାଗିରି ବିରୋଧରେ ଆସନ୍ତା ୨୬ତାରିଖକୁ କଳା ଦିବସ ଭାବେ ପାଳିବାକୁ ପୋଷ୍ଟର ମାରି ଆହ୍ଵାନ ଦେଇଛନ୍ତି ମାଓବାଦୀ। ଶ୍ରୀକାକୁଲମ-କୋରାପୁଟ ଡିଭିଜନାଲ କମିଟି ପକ୍ଷରୁ ଏଥିନେଇ ପଟାଙ୍ଗୀ, ନାରାୟଣପାଟଣା, ବନ୍ଧୁଗାଁ, ଲମତାପୁଟ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗା ଯାଇଛି। ସିପିଆଇ(ମାଓବାଦୀ)ର ଶ୍ରୀକାକୁଲମ-କୋରାପୁଟ ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଉଲ୍ଲେଖ ରହିଛି। କାହାର ଦସ୍ତଖତ ନ ଥିଲେ ମଧ୍ୟ ଏଥିରେ ସରକାର ଓ ପୁଲିସକୁ କଡା ସମାଲୋଚନା କରାଯାଇଛି।

publive-imageଅପରପକ୍ଷରେ ଏହି ପୋଷ୍ଟରକୁ ପାଲଟା ଆକ୍ରମଣ କରାଯାଇ ଆଉ କିଛି ପୋଷ୍ଟର ମରାଯାଇଛି। କୋରାପୁଟ ଯୁବ ଜାଗରଣ ସମିତି ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରାଯିବା ସହ ସେମାନେ ନୀରିହ ଲୋକଙ୍କୁ ହତ୍ୟା କରି ଆତଙ୍କରାଜ ଚଳାଇଛନ୍ତି ବୋଲି କୁହାଯାଇଛି। ମାଓବାଦୀଙ୍କ ପୋଷ୍ଟର ପରି ଏଥିରେ ମଧ୍ୟ କାହାରି ଦସ୍ତଖତ ନାହିଁ।

ମାଓବାଦୀଙ୍କୁ ନେଇ କୋରାପୁଟରେ ପୋଷ୍ଟର ଓ୍ଵାର ଚାଲିଥିବା ଘଟଣାକୁ ପୁଲିସ ମଧ୍ୟ ସ୍ୱୀକାର କରିଛି। ଉଭୟ ପ୍ରକାର ପୋଷ୍ଟରକୁ ଜବତ କରାଯାଇଛି। ଏ ସଂପର୍କରେ କୋରାପୁଟ ଏସପି ଡ. କନଓ୍ଵର ବିଶାଳ ସିଂହଙ୍କୁ ପଚାରିବାରୁ ସେ କହିଲେ, ଦୁଇ ପ୍ରକାର ପୋଷ୍ଟର ଲାଗିଥିବା ଖବର ମିଳିବା ପରେ ପୁଲିସ ଏହାକୁ ଜବତ କରିଛି। କିଏ ଲଗାଇଲା, କ’ଣ ପାଇଁ ଲଗାଇଲା ତାହାର ଯାଂଚ କରାଯାଉଛି। ଶାନ୍ତିଶୃଙ୍ଖଳାର ସହ ଗଣତନ୍ତ୍ର ଦିବସ ପାଳନ କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ଏସପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe