ସ୍ବାଭିମାନ ଅଞ୍ଚଳରେ ପୋଷ୍ଟର ଯୁଦ୍ଧ: ନିର୍ବାଚନ ବିରୋଧରେ ଲାଗିଥିଲା, ଏବେ ସପକ୍ଷରେ

Advertisment

ଲୋକଙ୍କୁ ଭୟ ନକରି ଭୋଟ ଦେବାକୁ ଏଏନ୍‌ପିପିଏଫ୍‌ର ଆହ୍ବାନ

ଲୋକଙ୍କୁ ଭୟ ନକରି ଭୋଟ ଦେବାକୁ ଏଏନ୍‌ପିପିଏଫ୍‌ର ଆହ୍ବାନ

ଭୋଟର ସଚେତନତା ପାଇଁ ପ୍ରତିଯୋଗିତା

NDTV.com

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ବାଭିମାନ ଅଞ୍ଚଳରେ ଗତ ଦୁଇଦିନ ତଳେ ନିର୍ବାଚନ ବର୍ଜନ ସହ ପ୍ରାର୍ଥୀମାନଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବାକୁ ମାଓବାଦୀ ନାଁରେ ଧମକପୂର୍ଣ୍ଣ ପୋଷ୍ଟର ଲାଗିଥିଲା। ଏହାକୁ ନେଇ ଗତକାଲି ସ୍ବାଭିମାନ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ। ତେବେ ଏହାକୁ ବିରୋଧ କରି ଆଜି ସ୍ବାଭିମାନ ଅଞ୍ଚଳର ନକ୍ସଲ ପ୍ରବଣ ଯନ୍ତ୍ରୀଠାରେ ଆଣ୍ଟି ନ୍ୟାସନାଲ ପିପୁଲସ୍ ପିସ୍ ଫୋରମ୍ (ଏଏନ୍‌ପିପିଏଫ୍‌) ତରଫରୁ ନକ୍ସଲ ବିରୋଧୀ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ମାଓ ସଂଗଠନକୁ କଡ଼ା ସମାଲୋଚନା କରାଯିବା ସହ ନିର୍ବାଚନ ଭଣ୍ଡୁର କରିବା ପାଇଁ ସାଧାରଣ ଜନତା କିମ୍ବା ପ୍ରାର୍ଥୀମାନଙ୍କୁ ଭୟଭୀତ କରିବାକୁ ଉଦ୍ୟମ କଲେ ପରିଣାମ ଭୟାବହ ହେବ ବୋଲି ମାଓ ସଂଗଠନକୁ ଚେତାବନୀ ଦିଆଯାଇଛି।

ଏଏନପିପିଏଫ, ମାଲକାନଗିରି ଜିଲ୍ଲା କମିଟି ପକ୍ଷରୁ ଲାଗିଥିବା ଏହି ପୋଷ୍ଟରରେ ଉଲ୍ଲେଖ ଅନୁସାରେ, ଗଣତନ୍ତ୍ର ବିରୋଧୀ ମାଓବାଦୀ ମାନଙ୍କୁ କୁକୁର ଭଳି ମରାଯିବ। ଅଧିକ ରାଜନୀତି କଲେ ମୃତ୍ୟୁ ସୁନିଶ୍ଚିତ। ତେବେ ସ୍ବାଭିମାନ ଅଞ୍ଚଳର ଭୋଟର ମନଙ୍କୁ ନିର୍ଭୟରେ ମତଦାନ କରି ସ୍ବାଭିମାନ ଅଞ୍ଚଳରେ ଗଣତନ୍ତ୍ର ସ୍ଥାପନ କରିବାକୁ ଆହ୍ବାନ ଦିଆଯାଇଛି। ଏଏନ୍‌ପିପିଏଫ୍‌ ଆପଣମାନଙ୍କ ସୁରକ୍ଷାରେ ସର୍ବଦା ରହିଛି ରହିବ। ମାଓବାଦୀଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଆମେ ସେମାନଙ୍କୁ ଉଚିତ୍ ଜବାବ ଦେଇଛୁ। ସେମାନେ କାଗଜ ବାଘ କେବଳ ଭୁକିବେ ସିନା କାମୁଡିବେ ନାହିଁ। ଓଡ଼ିଶା ରାଜ୍ୟର ମାଓବାଦୀଙ୍କୁ ଆମେ ସାବଧାନ କରାଇ ଦେଉଛୁ ଯେ ସେମାନେ ଅଧିକା ରାଜନୀତି ନକରି ଏଠାରୁ ଚାଲିଯାନ୍ତୁ। ନଚେତ୍ ଏଏନପିପିଏଫ ସେମାନଙ୍କୁ ଉଚିତ୍ ଜବାବ ଦେବ। ନକ୍ସଲ ଏବେ ସ୍ବାଭିମାନ ଅଞ୍ଚଳରେ ଛତ୍ରଭଙ୍ଗ ଦେଇଥିବା ବେଳେ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଅପରପକ୍ଷରେ ସୁରକ୍ଷାକର୍ମୀ ଦିନରାତି ଏକ କରି ସ୍ବାଭିମାନ ଅଞ୍ଚଳରେ ପଇଁତରା ମାରୁଥିବା ବେଳେ ପଞ୍ଚାୟତ ନିର୍ବାଚନକୁ ସଫଳ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe