ପୋଷ୍ଟମାଷ୍ଟର ଠକିନେଲେ ଗରିବଙ୍କ ଜମା ଟଙ୍କା: ସହକାରୀ ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରିଲେ ଜମାକାରୀ

Advertisment

ଦଶରଥପୁର ବ୍ଲକ୍‌ ବଡ଼କୁଆଁଲ ଡାକଘର ପୋଷ୍ଟମାଷ୍ଟର ଜମାକାରୀଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଜମାକାରୀମାନେ ଯାଜପୁର ଉପ ଡାକମଣ୍ଡଳର ସହକାରୀ ଅଧୀକ୍ଷକଙ୍କୁ ଭେଟି ଫେରାଦ ହୋଇଛନ୍ତି।

ଦଶରଥପୁର ବ୍ଲକ୍‌ ବଡ଼କୁଆଁଲ ଡାକଘର ପୋଷ୍ଟମାଷ୍ଟର ଜମାକାରୀଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଜମାକାରୀମାନେ ଯାଜପୁର ଉପ ଡାକମଣ୍ଡଳର ସହକାରୀ ଅଧୀକ୍ଷକଙ୍କୁ ଭେଟି ଫେରାଦ ହୋଇଛନ୍ତି।

gdjjgdgjdgj

ଯାଜପୁର ସଦର: ଦଶରଥପୁର ବ୍ଲକ୍‌ ବଡ଼କୁଆଁଲ ଡାକଘର ପୋଷ୍ଟମାଷ୍ଟର ଜମାକାରୀଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଜମାକାରୀମାନେ ଯାଜପୁର ଉପ ଡାକମଣ୍ଡଳର ସହକାରୀ ଅଧୀକ୍ଷକଙ୍କୁ ଭେଟି ଫେରାଦ ହୋଇଛନ୍ତି। ଗତ ମାସ ୨୭ ତାରିଖରୁ ସମ୍ପୃକ୍ତ ପୋଷ୍ଟମାଷ୍ଟର ‌ଡ୍ୟୁଟିକୁ ଆସୁନାହାନ୍ତି। ତାଙ୍କ ବଦଳରେ ଅନ୍ୟଜଣେ ପୋଷ୍ଟମାଷ୍ଟର ଡ୍ୟୁଟି କରୁଥିବାବେଳେ କ୍ଷତିଗ୍ରସ୍ତ ଜମାକାରୀ ଟଙ୍କା ଫେରି ପାଇବେ କି ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ପ୍ରାୟ ୧୫ଦିନ ଧରି ଜଣେ କର୍ମଚାରୀ କାର୍ଯ୍ୟାଳୟକୁ ଆସୁନଥିଲେ ମଧ୍ୟ ଡାକ କର୍ତ୍ତୃପକ୍ଷ ଏ ନେଇ ତତ୍ପରତା ଦେଖାଉ ନଥିବା ଜମାକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ବଡ଼କୁଆଁଲ ଡାକଘରେ ଶତାଧିକ ଜମାକାରୀ ବିଭିନ୍ନ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଜମା ରଖିଥିଲେ। ତତ୍କାଳୀନ ପୋଷ୍ଟମାଷ୍ଟର କୋଦଣ୍ଡଧର ଗୋଇପେଇ ଯାଞ୍ଚ ଆଳରେ ଲୋକମାନଙ୍କ ଜମାଖାତା ନିଜ ପାଖରେ ରଖିଥିଲେ। ଜାଲ୍‌ କାଗଜପତ୍ର କରି ଅନେକ ଜମାକାରୀଙ୍କ ଖାତାରୁ ଅର୍ଥ ଲୁଟି ନେଇଛନ୍ତି। ଏପରିକି କିଛି ଜମାକାରୀଙ୍କ ଟଙ୍କା ଡିପୋଜିଟ୍‌ କରିବାକୁ ରଖି ତା’କୁ ଜମା କରିନଥିବା ଜଣାପଡ଼ିଛି। ଜମାକାରୀ ମଞ୍ଜୁ ମଲ୍ଲିକଙ୍କ ୧ଲକ୍ଷ ୨୦ ହଜାର ଟଙ୍କାରୁ ୬୦ ହଜାର ଟଙ୍କା ଗାଏବ ହୋଇଯାଇଛି। ସେହିପରି କଲ୍ୟାଣୀ ମଲ୍ଲିକଙ୍କ ସୁକନ୍ୟା ଆକାଉଣ୍ଟରୁ ୩୭ ହଜାରରୁ ୨୭ ହଜାର ଟଙ୍କା ଉଠିଯାଇଛି। ପ୍ରିୟତମା ସେଠୀଙ୍କ ଜମାଖାତାରେ ଥିବା ମୋଟ ୮୦ ହଜାର ଟଙ୍କାରୁ ଜାଲିଆତି କରି ୭୦ ହଜାର ଟଙ୍କା ଉଠାଇ ନିଆଯାଇଛି। ଚନ୍ଦ୍ରକାନ୍ତ ମଲ୍ଲିକଙ୍କ ୩ଲକ୍ଷ ୩୪ହଜାର ଟଙ୍କା ମଧ୍ୟରୁ ଜମାଖାତାରେ ଆଉ ମାତ୍ର ୧୧ହଜାର ରହିଛି। ଅନୁରୂପ ଭାବେ ଲବଙ୍ଗଲତା ମଲ୍ଲିକଙ୍କ ଜମାଖାତାରେ ୧ଲକ୍ଷ ୫୫ହଜାର ଟଙ୍କା ମଧ୍ୟରୁ ୫ହଜାର ଟଙ୍କା ରହିଛି। ଏହାର ପ୍ରତିବାଦରେ ଜମାକାରୀ ଡାକଘର ଘେରାଉ କରିବା ସହ କର୍ତ୍ତୃପକ୍ଷଙ୍କଠାରେ ଫେରାର ହୋଇଥିଲେ। ଏମିତିକି ଟଙ୍କା ଫେରି ନ ପାଇଲେ ଆତ୍ମହତ୍ୟା କରିବେ ବୋଲି କେତେକ ଜମାକାରୀ ଚେତାବନୀ ଦେଇଛନ୍ତି। 

ଶହଶହ ଗରିବ ଶ୍ରେଣୀର ଜମାକାରୀ ଚାଷବାସରୁ ଉପାର୍ଜିତ ଟଙ୍କା, ସ୍ବୟଂସହାୟକ ଗୋଷ୍ଠୀର ଅର୍ଥ ଏବଂ ମୂଲମଜୁରି ଲାଗି ରୋଜଗାର କରିଥିବା ଟଙ୍କାକୁ ଡାକଘର ଖାତାରେ ରଖିଥିଲେ। କିଏ ଝିଅ ବାହାଘର ପାଇଁ ଟଙ୍କା ଜମା ରଖିଥିଲା ତ କିଏ ଘର ତିଆରି ପାଇଁ ପାଣ୍ଠି ରଖିଥିଲା। କିନ୍ତୁ ସେମାନଙ୍କ ଖାତାରେ ଏବେ ଟଙ୍କା ନାହିଁ। ବିନା ଅନୁମତିରେ ସମ୍ପୃକ୍ତ ପୋଷ୍ଟମାଷ୍ଟର ୧୫ଦିନ ଧରି କାର୍ଯ୍ୟାଳୟରୁ ଅନୁପସ୍ଥିତ ରହିବା ଅଭିଯୋଗକୁ ଖୋରାକ ଯୋଗାଇଛି। ଏହାକୁ ନେଇ ଜମାକାରୀ ମାନସିକ ଦୁଶ୍ଚିନ୍ତାରେ ରହିଛନ୍ତି। ଆଜି ବହୁ ଜମାକାରୀ ଯାଜପୁର ଉପ ଡାକମଣ୍ଡଳର ସହକାରୀ ଅଧୀକ୍ଷକ ହରିଶଙ୍କର ସୁବୁଦ୍ଧିଙ୍କୁ ଭେଟି ଜମାଟଙ୍କା ଫେରି ପାଇବା ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଯାଞ୍ଚ ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସୁବୁଦ୍ଧି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe