Deccan Herald
କୋରାପୁଟ: କୋରାପୁଟ ଜିଲ୍ଲା କୋଲାବ ନଦୀପଠାରୁ ଜଣେ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହକୁ ମଙ୍ଗଳବାର ସନ୍ଧ୍ୟାରେ ପୁଲିସ ଉଦ୍ଧାର କରିଛି।
ମୃତକ ହେଲେ ପ୍ରିୟଙ୍କା ପ୍ରହରାଜ। ସେ ଟିକରପଡା ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟର କାମ କରୁଥିଲେ। ତେବେ ତାଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ସନ୍ଦେହ ଦେଖାଦେଇଛି। କୋଲାବ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Follow Us