ଆଳୁ ପିଆଜ ମହଜୁଦ୍‌ ଅଛି

Advertisment
ଆଳୁ ପିଆଜ ମହଜୁଦ୍‌ ଅଛି

ଖଣ୍ତଗିରି : ବାତ୍ୟା ତିତ୍‌ଲି ପରିବା ବଜାରରେ ନିଆଁ ଲଗାଇବାକୁ ଯାଉଛି। ଅସାଧୁ ଖୁଚୁରା ବେପାରୀମାନଙ୍କ ପାଇଁ ପରିବା ଦର ଆକାଶଛୁଆଁ ହେବାକୁ ଯାଉଛି। ପାଇକାରୀ ବଜାରରେ ଦର ବୃଦ୍ଧି ଘଟି ନଥିଲେ ମଧୢ କୃତ୍ରିମ ଅଭାବ ଦର୍ଶାଇ ଖୁଚୁରା ବେପାରୀମାନେ ଦର ବଢ଼ାଇବାକୁ ଉଦ୍ୟମ କରିବାରେ ଲାଗିପଡ଼ିଛନ୍ତି। ଫଳରେ ଆଜି ଖୁଚୁରା ବଜାରରେ କିଛିଟା ପ୍ରଭାବ ପଡ଼ିଛି ଓ କିଛି ଜିନିଷର ଦାମ୍‌ ସାମାନ୍ୟ ବଢ଼ିଛି। ଗୋଦାମରେ ଆଳୁ ପିଆଜ ଯଥେଷ୍ଟ ମହଜୁଦ୍‌ ଥିଲେ ବି ଖୁଚୁରା ବେପାରୀମାନଙ୍କ ପାଇଁ ଦରବୃଦ୍ଧି ଘଟୁଛି ବୋଲି ଅଭିଯୋଗ ହେଉଛି। ତେଣୁ ଜିଲ୍ଲା ପ୍ରଶାସନ ପ୍ରଥମେ ସେମାନଙ୍କୁ ଜଗିପାରିଲେ, ବଜାରରେ ଉପଭୋକ୍ତାମାନେ ଶୋଷଣା ଶିକାର ହେବେ ନାହିଁ ବୋଲି କୁହାଯାଉଛି।

ଆଇଗିଣିଆ କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଆଜି ଆଳୁ କ୍ବିଣ୍ଟାଲ୍‌ ପିଛା ୧୨୫୦ ଟଙ୍କା ଥିବାବେଳେ ପିଆଜ କ୍ବିଣ୍ଟାଲ ପିଛା ୧୫ ଶହଟଙ୍କା ପର୍ଯ୍ୟନ୍ତ ରହିଛି। ପୂର୍ବରୁ ଏହି ଦର ଥିଲା ଓ ବାତ୍ୟା ପାଇଁ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ଖୁଚୁରା ବଜାର ଦର ହିସାବରେ ଏବେ ଆଳୁ କିଲୋ ୧୫ ଟଙ୍କା ଓ ପିଆଜ କିଲୋ ୧୮ରୁ ୨୦ ଟଙ୍କା ହେବା କଥା। କିନ୍ତୁ ଆଜି ଖୁଚୁରା ବଜାର ଦର ହିସାବରେ ଆଳୁ କିଲୋ ୧୮ ଟଙ୍କା ଓ ପିଆଜ କିଲୋ ୨୨ଟଙ୍କାରେ ପହଞ୍ଚିଛି। ଏହି ଦର ବୃଦ୍ଧି କେବଳ ଖୁଚୁରା ବେପାରୀଙ୍କ ପାଇଁ ହୋଇଛି ବୋଲି କୁବେରପୁରୀ ବ୍ୟବସାୟୀ ମହଲରୁ ସୂଚନା ମିଳିଛି। କୁବେରପୁରୀ ବ୍ୟବସାୟୀ ସ˚ଘ ସଭାପତି ସୁଧାକର ପଣ୍ତା ଓ ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା ଯେ ଆଳୁ ପିଆଜର ଆମଦାନୀ ଠିକ୍‌ ରହିଛି ଓ ଗୋଦାମରେ ଯଥେଷ୍ଟ ପରିମାଣର ମାଲ୍‌ ମହଜୁଦ୍‌ ରହିଛି। ତେଣୁ ଅଯଥା ଗୁଜବ ପ୍ରତି କେହି ଧୢାନ ଦେବା ଉଚିତ୍‌ ନୁହେଁ। ଖାଉଟିମାନେ ମଧ୍ୟ ଆବଶ୍ୟକତାଠାରୁ ଅଧିକ ମାଲ୍‌ ନ କଣିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଖୁଚୁରା ବଜାର ଉପରେ ନଜର ରଖିଲେ, ଖାଉଟିମାନେ ଶୋଷଣର ଶିକାର ହେବେ ନାହିଁ ବୋଲି ସେମାନେ କହିଛନ୍ତି। ଏ ନେଇ ଖୋର୍ଧା ସିଏସ୍‌ଓଙ୍କ କହିବା କଥା ଏଥିପ୍ରତି ପ୍ରଶାସନ ସତର୍କ ନଜର ରଖିଛି ଓ ମାର୍କେଟି˚ ଇନ୍‌ସ୍ପେକ୍ଟରମାନଙ୍କୁ କଡ଼ା ନିର୍ଦେଶ ଦିଆଯାଇଛି। କୌଣସିଠାରେ ଦରବୃଦ୍ଧି ଅଭିଯୋଗ ଆସିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ଏମ୍‌ଆଇ ମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ସିଏସ୍‌ଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe