ଆଳୁ ଦର ଖସିଲା : କୁବେରପୁରୀରେ କିଲୋ ୧୫ଟଙ୍କା; ଅଟା, ଖାଇବା ତେଲ, ଚିନି ବଢ଼ୁଛି

ଆଳୁ ଚାଷକୁ ନେଇ ଆସୁଛି ଚାଞ୍ଚଲ୍ୟକର ତଥ୍ୟ: ବିହନ, ଚାଷ, ବଜାର ସବୁଥିରେ ଷଡ଼୍‌ଯନ୍ତ୍ରର ଗନ୍ଧ

www.indiamart.com

ଭୁବନେଶ୍ବର : ତାଲା ବନ୍ଦ ପ୍ରଭାବରେ ଆଳୁ ଦର ଗତ ଦୁଇ ଦିନ ଧରି ବଢ଼ି ଚାଲିଥିବାବେଳେ ଗୁରୁବାର ହ୍ରାସ ପାଇବା ଆରମ୍ଭ ହୋଇଛି। ବୁଧବାରର ପାଇକାରୀ ଦର ୧୯ ଟଙ୍କାରୁ ଗୁରୁବାର ଦର ୧୫ ଟଙ୍କାକୁ ଖସି ଆସିଛି। ପଶ୍ଚିମବଙ୍ଗରୁ ଆମଦାନି ବୃଦ୍ଧି ସହିତ ଓଡ଼ିଶା ବଜାରରେ ଚାହିଦା ହ୍ରାସ ପାଇଁ ଦର କମିଥିବା ବ୍ୟବସାୟୀମାନେ କହିଛନ୍ତି। ଆଗକୁ ପୁଣି ଦର ହ୍ରାସ ଘଟିବ ଓ କରୋନା କଟକଣା ପୂର୍ବର ସ୍ଥିତିକୁ ଆଳୁ ବଜାର ପୁଣି ଫେରିବ ବୋଲି ସୂଚନା ମିଳିଛି।

ଆଜି କୁବେରପୁରୀରୁ ମିଳିଥିବା ସୂଚନାନୁସାରେ, ପଶ୍ଚିମବଙ୍ଗରୁ ପ୍ରାୟ ୫୦ ଟ୍ରକ୍‌ (ପାଖାପାଖି ୮ ଶହ ଟନ୍‌) ଆଳୁ ଭୁବନେଶ୍ବରରେ ପହଞ୍ଚିଛି। ପାଇକାରୀ ଦର ୧୫ଟଙ୍କାକୁ ଖସିଛି। ମାତ୍ର ପାଇକ‌ାରୀ ବ୍ୟବସାୟୀମାନେ ଦର ଆହୁରି କମିବା ଆଶାରେ ଆଳୁ କିଣି ନାହାନ୍ତି। ଏହା ବ୍ୟତୀତ ବହୁ ଗୋଦାମରେ ଆଳୁ ଗଚ୍ଛିତ ଥିବାରୁ ଟ୍ରକ୍ ଖାଲି ହୋଇନାହିଁ। ତେଣୁ ଆସନ୍ତାକାଲିକୁ ଆଳୁ ଦର ଆହୁରି କମିବ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ସେହିଭଳି ପିଆଜ ଦର ମଧ୍ୟ କମିବା ନେଇ ସୂଚନା ମିଳିଛି। ଆଜି ନାସିକ୍ ପିଆଜର ପାଇକାରୀ ଦର କୁବେରପୁରୀରେ ୨୭/୨୮ ଟଙ୍କା ରହିଛି। ତେବେ ପଶ୍ଚିମବଙ୍ଗରୁ ଆସୁଥିବା ସୁଖସାଗର ପିଆଜ ଦର କ୍ବିଣ୍ଟାଲ ପିଛା ୨୨ ଶହ ଟଙ୍କା ରହିଛି। ତେଣୁ ଆଳୁ ପିଆଜ ଦର ଆଗକୁ ଖାଉଟିଙ୍କ ପାଇଁ ସମସ୍ୟା ହେବ ନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି। ମାତ୍ର ପରିବହନ ସମସ୍ୟା କାରଣରୁ ଅଟା, ଚିନି, ଖାଇବା ତେଲ ଭଳି କିଛି ସାମଗ୍ରୀ ଦର ପାଇକାରୀ ଦର ବୃଦ୍ଧି ପାଇଛି। ଏହି ସବୁ ସାମଗ୍ରୀର ଦର କ୍ବିଣ୍ଟାଲ ପିଛା ୧୦୦ରୁ ୨୦୦ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ବୁଟ, ମଟର ଆଦି ଖାଇବା ସାମଗ୍ରୀର ଦର ମଧ୍ୟ କ୍ବିଣ୍ଟାଲ ପିଛା ୩ ଶହରୁ ୪ ଶହ ଟଙ୍କାକୁ ବୃଦ୍ଧି ପାଇଛି। ତେଣୁ ଆଜି ଖୁଚୁରା ବଜାରରେ ସୋରିଷ ତେଲ ଲିଟର ୧୧୫ ଟଙ୍କା, ଚିନି ୪୨ ଟଙ୍କା, ଅଟା ୩୫ ଟଙ୍କା ଥିବା ଜଣାପଡ଼ିଛି। ଅର୍ଥାତ୍ ଏସବୁ ସାମଗ୍ରୀର ଲିଟର ବା କିଲୋ ପିଛା ୩/୪ଟଙ୍କା ବଢ଼ିଛି। ତେବେ ସରକାର ନେଇଥିବା ପରିବହନ ବ୍ୟବସ୍ଥାରେ ସୁଧାର ଆସିବା ପରେ ଏହି ସବୁ ସାମଗ୍ରୀ ଦର ପୁଣି ସ୍ବାଭାବିକ ହୋଇପାରିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe