ବାତ୍ୟା ‘ଫନି’ ପାଇଁ ପବନର ବେଗ ୫୦ କିଲୋମିଟର ଟପିଲେ, ବିଦ୍ୟୁତ ସରବରାହ ବନ୍ଦ ରହିବ: ଶକ୍ତି ସଚିବ

Advertisment
ବାତ୍ୟା ‘ଫନି’ ପାଇଁ ପବନର ବେଗ ୫୦ କିଲୋମିଟର ଟପିଲେ, ବିଦ୍ୟୁତ ସରବରାହ ବନ୍ଦ ରହିବ: ଶକ୍ତି ସଚିବ

Best Best & Krieger

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ବିଦ୍ୟୁତ୍‌ ବିଭାଗକୁ ସତର୍କ ସୂଚନା ଜାରି କରାଯାଇଛି। ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ଟପିଲେ ବିଦ୍ୟୁତ ସରବରାହ କାଟି ଦିଆଯିବ ବୋଲି ବୁଧବାର ଶକ୍ତି ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ପବନ ବୋହିବା ମାତ୍ରା କମ ହୋଇଯିବା ପରେ ବିଭାଗୀୟ ଅଧିକାରୀମାନେ ନିଜ ନିଜ ଅଂଚଳକୁ ଟିକ୍‌ନିକ୍‌ ଭାବେ ଯାଞ୍ଚ କରିବେ। ଏହା ପରେ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି।

ସାମୁଦ୍ରିକ ଝଡ଼ ‘ଫନି’ ମେ’ ମାସ ୩ ତାରିଖରେ ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ପୂର୍ବତଟ ରେଳବାଇ ପକ୍ଷରୁ ଗୁରୁବାର ହେଲପ୍‌ଲାଇନ୍‌ ଜାରି କରାଯାଇଛି। ନିମ୍ନରେ ଦିିଆଯାଇଥିବା ହେଲପ୍‌ଲାଇନ୍‌ ନମ୍ବର ଜରିଆରେ ଲୋକେ ଟ୍ରେନ୍‌ ଚଳାଚଳ ଜନିତ ସୂଚନା ପାଇପାରିବେ।

ରିପୋର୍ଟ ଲେଖାଯିବା ବେଳକୁ ଫନି ପୁରୀ ଠାରୁ ୨୯୫ କିଲୋମିଟର ଦୂରରେ ଥିବା ବେଳେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe