ନଡ୍ଡାଙ୍କ କାର୍ଯ୍ୟକ୍ରମରେ କଟିଲା ବିଜୁଳି, ଅସନ୍ତୋଷ ଝାଡ଼ିଲା ବିଜେପି

ନଡ୍ଡାଙ୍କ କାର୍ଯ୍ୟକ୍ରମରେ କଟିଲା ବିଜୁଳି, ଅସନ୍ତୋଷ ଝାଡ଼ିଲା ବିଜେପି

ଝାରସୁଗୁଡ଼ା : ବିଜେପି ପକ୍ଷରୁ ଗୁରୁବାର ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଅଘୋଷିତ ବିଦ୍ୟୁତ୍‌ କାଟ୍‌ ନେଇ ବର୍ଷିବାର ଅଧ ଘଣ୍ଟା ନହେଉଣୁ ଝାରସୁଗୁଡ଼ାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ସମୟରେ କିଛି ପାଇଁ ବିଦ୍ୟୁତ୍‌ ଚାଲି ଯାଇଥିଲା। ଏହି ଘଟଣାକୁ ନେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶ୍ରୀ ନଡ୍ଡା କାର୍ଯ୍ୟକ୍ରମ ପରେ କାର୍ଯ୍ୟାଳୟ ତଳ ମହଲାକୁ ଓହ୍ଲାଇବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା।

ପ୍ରଥମେ ରାଷ୍ଟ୍ରପତିଙ୍କ କ‌ାର୍ଯ୍ୟକ୍ରମ ଓ ଏବେ ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ରହୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କ କାର୍ଯ୍ୟକ୍ରମ ବେଳେ ବିଦ୍ୟୁତ୍‌ କଟିଲା। ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ନେଇ ଚିନ୍ତନ କରିବାର ସମୟ ଆସିଛି ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି। ଏହି କାର୍ଯ୍ୟକଳାପ ରାଜ୍ୟ ସରକାରଙ୍କୁ ସମଗ୍ର ଦେଶରେ ନିନ୍ଦିତ କରୁଛି ବୋଲି ବି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି। ଘଟଣା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ ଆଶିଷ ପଣ୍ଡାଙ୍କୁ ପଚାରିବାରେ, ବର୍ଷା ପାଇଁ ଡାଳ ପଡ଼ିଯାଇଥାଇପାରେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe