‘ଫନି’ର ମୁକାବିଲା ପାଇଁ ଛୁଟି ବାତିଲ କଲା ଶକ୍ତି ବିଭାଗ

Advertisment
ଆସନ୍ତା ୨ ଦିନ ମଧ୍ୟରେ ବିଦ୍ୟୁତ ଯ଼ୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ : ଟାଟା ପାଓ୍ବାର

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଫନି’ର ମୁକାବିଲା ପାଇଁ ଶକ୍ତି ସଚିବ ହେମନ୍ତ ଶର୍ମା ବିଦ୍ୟୁତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଜରୁରୀ ବୈଠକ ଡକାଇ ଆଲୋଚନା କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଉପକୂଳ ଅଞ୍ଚଳର ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। ଉଭୟ ବିତରଣ ଓ ସଂଚାରଣ କ୍ଷେତ୍ରରେ କ୍ଷତି ହେଲେ ଖୁବଶୀଘ୍ର କିପରି ପୁନରୁଦ୍ଧାର କରାଯାଇ ପାରିବ ତାହାକୁ ଦୃଷ୍ଟିରେ ରଖି ଆବଶ୍ୟକ ବିଦ୍ୟୁତ୍ ସରଂଜାମ ମହଜୁଦ ଓ ଟିମ୍ ପ୍ରସ୍ତୁତ କରିବା ପାଇଁ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି।

ସ୍ବାସ୍ଥ୍ୟସେବା, ଟେଲି ଯୋଗାଯୋଗ ଓ ପାନୀୟ ଜଳ ବ୍ୟବସ୍ଥାକୁ ଅଗ୍ରାଧିକାର ଭିତ୍ତିରେ ସ୍ବାଭାବିକ କରିବା ପାଇଁ ସମସ୍ତ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ପୂର୍ବ ଅନୁଭୂତିରୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ପାଇଁ କୁହାଯାଇଛି। ପୂର୍ବପରି ସମସ୍ତ ଡିଭିଜନ୍ କାର୍ଯ୍ୟାଳୟଗୁଡ଼ିକରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରିବା ଓ ଭୁବନେଶ୍ବର ମୁଖ୍ୟ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ ରଖିବା ପାଇଁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe