ପାୱାର ଗ୍ରୀଡ୍‌, ନୀଳାଚଳ ଇସ୍ପାତ୍‌ରେ ନିଆଁ, ୧୦ ‌କୋଟିର ସମ୍ପତ୍ତି ନଷ୍ଟ!

Advertisment
ପାୱାର ଗ୍ରୀଡ୍‌, ନୀଳାଚଳ ଇସ୍ପାତ୍‌ରେ ନିଆଁ, ୧୦ ‌କୋଟିର ସମ୍ପତ୍ତି ନଷ୍ଟ!

କଣ୍ଟାବଣିଆ/ଓଡ଼ାପଡ଼ା/ବଅଁରପାଳ : ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆସ୍ଥିତ ଓପିଟିସିଏଲର ଗ୍ରୀଡ୍ ସବ୍‌ଷ୍ଟେସନରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ୍ତ କରିବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିବା କର୍ତ୍ତୃପକ୍ଷ କହୁଥିଲାବେଳେ ଏଥିରେ ପ୍ରାୟ ୧୦ କୋଟି ଟଙ୍କା‌ର ସଂପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ କଣ୍ଟାବଣିଆରେ ଥିବା ଓଡ଼ିଶା ପାୱାର ଟ୍ରାନ୍‌ସମିସନ ନିଗମ ଲିମିଟେଡ(ଓପିଟିସିଏଲ)ର ମେରାମଣ୍ଡଳୀ ପାୱାର ଗ୍ରୀଡ୍‌ ସବ୍‌ଷ୍ଟେସନରେ ୩୧୫ ଏମ୍‌ଭିଏ ଟ୍ରାନ୍ସଫର୍ମରରେ ନିଆଁ ଲାଗିଯାଇଥିଲା। ଧୀରେ ଧୀରେ ଏହି ନିଆଁ ଗ୍ରୀଡରେ ବ୍ୟାପି ଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ କର୍ତ୍ତୃପକ୍ଷ ନାକେଦମ ହୋଇଥିଲେ। ୧୦ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାମରେ ନିୟୋଜିତ ହୋଇଥିଲେ। ପ୍ରାୟ ୨ ଘଣ୍ଟା ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ଗ୍ରୀଡ୍‌ର ମହାପ୍ରବନ୍ଧକ ପ୍ରଶାନ୍ତ କୁମାର ପାଣିଙ୍କ କହିବାନୁଯାୟୀ, ପାୱାର ଗ୍ରୀଡ୍‌ରେ ୨୨୦ କେଭି ବୁସିଂ ଫେଲ୍ ହୋଇଯିବାରୁ ଏହି ଅଗ୍ନିକାଣ୍ଡ ହୋଇଛି। କ୍ଷୟକ୍ଷତିର ଆକଳନ କରାଯାଇନାହିଁ। ଆସନ୍ତାକାଲି ବୈଷୟିକ ଟିମ୍‌ ଆସିବା ପରେ କ୍ଷୟକ୍ଷତିର ଆକଳନ କରାଯିବ। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଗ୍ନିକାଣ୍ଡରେ ପ୍ରାୟ ୧୦ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe