ଝଡ଼ତୋଫାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ଗଛ ଉପୁଡ଼ିଲା

ଝଡ଼ତୋଫାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ଗଛ ଉପୁଡ଼ିଲା

ବ୍ୟାସନଗର : ଲାଗାତାର ୪ ଦିନ ହେଲା ପଶ୍ଚିମା ଝଡ଼ ପ୍ରଭାବରେ ବ୍ୟାସନଗର ପୌରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ପଡ଼ି ଘର, ପାଚେରି, ଗାଡ଼ି ଭାଙ୍ଗିଛି। ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଢଳି ପଡ଼ିଥିବା ଦେଖିବାକୁ ମିଳିଛି। ଅପରାହ୍‌ଣ ୪ ଟାରୁ ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଆରମ୍ଭ ହେଇଯାଉଥିବାରୁ ବିପଦ ଆଶଙ୍କା ବଢ଼ିଯାଉଛି। ଝଡ଼ବର୍ଷାରେ ବ୍ୟବସାୟ ମାନ୍ଦା ହେଉଥିବା ବେଳେ ବହୁ ପରିବା ନଷ୍ଟ ହେଉଛି।

publive-image

ସକାଳୁ ଖୋଲା ଆକାଶ ତଳେ ରାସ୍ତା କଡ଼ରେ ବସି ପରିବା ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ୪ ଦିନ ହେଲାଣି କ୍ଷତିଗ୍ରସ୍ତ ହେଉଛନ୍ତି। ପରିବା ବ୍ୟବସାୟୀ ସୁଶାନ୍ତ ସାହୁ, ତୋଫାନ୍ ମହାରଣା, ଚମନ ସ୍ଵାଇଁ, ବାବୁନା ସାହୁ, ଗୋପବନ୍ଧୁ ସାହୁ, ପୁନିଆ ସାହୁଙ୍କ କହିବାନୁସାରେ ୪ ଦିନ ହେଲାଣି ମହାଜନକୁ ଟଙ୍କା ଦେବା ସମ୍ଭବ ହେଉନାହିଁ। ଦଳା ଛକରୁ ସନ୍ତରା ଛକ ପର୍ଯ୍ୟନ୍ତ କିଛିଦିନ ହେଲା ନୂତନଭାବେ ବିଦ୍ୟୁତ୍‌ ଖୁଣ୍ଟ ଲଗାଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ପ୍ରାୟ ଖୁଣ୍ଟ ଭାଙ୍ଗି ପଡ଼ିଛି। ବହୁ ଗାଡ଼ି ଭାଙ୍ଗି ଯାଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଝଡ଼ ସମୟରେ ଯାତାୟାତରେ ବାଧା ସୃଷ୍ଟି ହେଉଛି।

publive-image

ସେହିପରି ଅନେକ ଜାଗାରେ ଗାଡି ଉପରେ ଗଛ ପଡ଼ି ଯାଇଛି। ବ୍ୟାସନଗର ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଝଡ଼ବତାସ ପ୍ରଭାବରେ ୪ ଦିନ ହେଲାଣି ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ରହୁଛି। ଏହାଦ୍ବାରା ବହୁ ଦୋକାନୀ ପ୍ରଭାବିତ ହେଉଛନ୍ତି। ବସ୍ତି ଅଞ୍ଚଳରେ ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ପାଇଁ ପାନୀୟଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି। ଲୋକେ ପିଇବା ପାଣି ସଂଗ୍ରହ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe