ରାୟଗଡ଼ା: ମଙ୍ଗଳବାର ରାୟଗଡ଼ା ଜିଲ୍ଲା କୁଚେଇପଦର ପଞ୍ଚାୟତ ହାଇସ୍କୁଲର ପରିଚାଳନା ସମିତି ସମ୍ପାଦକଙ୍କ ଠାରୁ ଜିଲ୍ଲାଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ କିରାଣୀ ୨୦,୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫ ବରିଷ୍ଠ କିରାଣୀଙ୍କ ନାମ ପ୍ରଭାକର ସାହୁ ବୋଲି ଜଣାପଡ଼ିିଛି।
ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାର କୁଚେଇପଦର ପଞ୍ଚାୟତ ହାଇସ୍କୁଲ ସମ୍ପାଦକ ଶ୍ରୀ ସୁଦର୍ଶନ ନାଏକ ନୂତନ ଭାବେ ଗଠିତ ସ୍କୁଲର ପରିଚାଳନା କମିଟିର ଅନୁମୋଦନ ପାଇଁ ପ୍ରଭାକର ସାହୁ ୨୦,୦୦୦ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ସୁଦର୍ଶନ ନାଏକ ଭିଜିଲାନ୍ସକୁ ଜଣାଇଥିଲେ। ମଙ୍ଗଳବାର ପ୍ରଭାକର ସୁଦର୍ଶନଙ୍କ ଠାରୁ ୨୦,୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ। କୋରାପୁଟ ଭିଜିଲାନ୍ସ ବିଭାଗ ସୁଦର୍ଶନଙ୍କ ଡାହାଣ ହାତ ଧୋଇବା ପରେ ତାଙ୍କ ହାତରୁ ସୋଡିୟମ କାରବୋନେଟ୍ ସଲ୍ୟୁସନ୍ର ପଜିଟିଭ୍ ବାହରିଥିଲା।
Follow Us