ବିଜେଡିରୁ ଇସ୍ତଫା ଦେଲେ ବରଗଡ଼ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ପ୍ରଭାସ ସିଂ

Advertisment
ବିଜେଡିରୁ ଇସ୍ତଫା ଦେଲେ ବରଗଡ଼ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ପ୍ରଭାସ ସିଂ

ଭୁବନେଶ୍ବର: ବରଗଡ଼ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ପ୍ରଭାସ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସେ  ନବୀନନିବାସ ଆସି ନିଜର ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। ଚଳିତ ନିର୍ବାଚନରେ ବରଗଡ଼ ଲୋକସଭା ପ୍ରାର୍ଥୀ ହେବା ଲାଗି ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ଦଳ ତାଙ୍କ ବଦଳରେ ପରିଣୀତା ମିଶ୍ରଙ୍କୁ ବରଗଡ଼ ଲୋକସଭା ଟିକେଟ ଦେଇଥିଲା। ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରଭାସ ସିଂ। ପ୍ରଭାସ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ବିଜେଡି ସାଂସଦ ଥିଲେ।

ବିଜେଡି ଛାଡ଼ିବା ପରେ ପ୍ରଭାସ ସିଂ କହିଛନ୍ତି, ଦଳରେ ଆଉ ଗଣତନ୍ତ୍ର ନାହିଁ। ମୁଁ ଅନୁଭବ କଲି ବିଜେଡି ଯେଉଁଭଳି ଢଙ୍ଗରେ ଚାଲିଛି, ସେଥିରେ ଆଉ ମୋର ଆବଶ୍ୟକତା ନାହିଁ। ଏଠି ରହି ଆଉ ମୁଁ ଲୋକଙ୍କ ପାଇଁ କାମ କରିପାରିବି ନାହିଁ। ଜିଲ୍ଲା ସଭାପତି ଥାଇ ବି ଦଳ ମୋ ସହ ବିଚାରବିମର୍ଶ କରିଲା ନାହିଁ। ବିଜେଡି ଯାହାଙ୍କୁ ଲୋକସଭା ପ୍ରାର୍ଥୀ କଲେ, ତାଙ୍କ ପାଇଁ ପ୍ରଚାର କରିପାରିବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe