ଛତୁଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ପ୍ରଭାସିନୀ

Advertisment

ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଞ୍ଚାୟତର ଛତୁଚାଷୀ ପ୍ରଭାସିନୀ ବେହେରା ଆଜିର ଦିନରେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ସେ ଏହି ଚାଷ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୦ ହଜାର ଟଙ୍କା ବିନିଯୋଗ କରିଥିଲେ।

ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଞ୍ଚାୟତର ଛତୁଚାଷୀ ପ୍ରଭାସିନୀ ବେହେରା ଆଜିର ଦିନରେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ସେ ଏହି ଚାଷ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୦ ହଜାର ଟଙ୍କା ବିନିଯୋଗ କରିଥିଲେ।

Mashrum

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ତେଲିବନ୍ଧ ପଂଚାୟତ ଚନ୍ଦ୍ରପୁର ଗ୍ରାମରେ ରହନ୍ତି ପ୍ରଭାସିନୀ ବେହେରା ଓ ତାଙ୍କ ପରିବାର। ନିଜେ ୨୦୦୫ ମସିହାରେ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ। ଆଗକୁ ପାଠ ପଢିବାରେ ଇଛା ଶକ୍ତି ଥିବା ବେଳେ ଅର୍ଥ ଅଭାବରୁ ପାଠ ପଢି ପାରିନଥିଲେ।  ୨୦୦୯ ମସିହାରେ ତାଙ୍କ ବିବାହ ହୋଇଥିଲା। ଏହା ପରେ ସ୍ୱାମୀ ଗଣେଶ ବେହେରାଙ୍କ ସହ ମିଶି ଧାନ ଚାଷ କରି ଯାହା ରୋଜଗାର ହେଲା ପରିବାର ପ୍ରତିପୋଷଣ କରିବାକୁ ପଡୁଥିଲା। ହେଲେ ପରିବାର ବଢିବା ସହ ଆର୍ଥିକ ସଙ୍କଟ ଦେଖା ଦେବାରୁ ପିଲାଙ୍କୁ ପାଠ ପଢାଇବାକୁ କଷ୍ଟ ସାଧ୍ୟ ହୋଇଥିଲା। ଏଣୁ ନିଜେ ଦୁଇ ପଇସା କିପରି ରୋଜଗାର କରି ପିଲାଙ୍କୁ ପଢ଼ାଇବେ ସେ ନେଇ ସ୍ୱାମୀଙ୍କ ସହଯୋଗ ନେଇ ଆରମ୍ଭ କରିଥିଲେ ଛତୁଚାଷ।

୨୦୨୯ ମସିହାରେ ୧୦ ଜଣ ସଦସ୍ୟାଙ୍କୁ ନେଇ ଶୁଭ କୈଳାଷୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ଆଉ ଦୁଇ ପଇସା ଅଧିକ ରୋଜଗାର ପାଇଁ ୨୦୧୯ ମସିହାରେ ସେହି ଗୋଷ୍ଠୀର ମହିଳାଙ୍କୁ ନେଇ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଋଣ ଆକାରରେ ନେଇଥିଲେ। ଏଥି ମଧ୍ୟରୁ ତାଙ୍କ ଭାଗରେ ପଡ଼ିଥିବା ୨୦,୦୦୦ ଟଙ୍କା, ଏହି ଉକ୍ତ ଟଙ୍କା ଛତୁ ଚାଷରେ ଲଗାଇ ଦୁଇ ପଇସା ଭଲ ଲାଭବାନ ହୋଇଛନ୍ତି। ଏହି ଛତୁକୁ ବୌଦ୍ଧ ବ୍ଲକର ୧୦ଟି ପଂଚାୟତରେ ବିକ୍ରି କରୁଥିବା କହିଛନ୍ତି ପ୍ରଭାସିନୀ।

ନିଜର ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ପରିବାରଙ୍କୁ ସ୍ୱତନ୍ତ୍ର ପରିଚୟ କରି ପାରିଛନ୍ତି ପ୍ରଭାସିନୀ ବେହେରା। ଏନେଇ ଉଦ୍ୟାନ ବିଭାଗ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷରେ ତାଙ୍କୁ ସରକାରୀ ସହାୟତା ବାବଦରେ ମିଳିଛି ଏକ ଲକ୍ଷ ଟଙ୍କାର ଛତୁଘର। ଏଥିରେ ସେ ପାଞ୍ଚ ସହ ବେଡ଼ ପକାଇ ଛତୁ ଚାଷ କରି ପାରୁଛନ୍ତି। ନିଜ ଇଚ୍ଛା ଶକ୍ତି ବଳରେ ଏହି ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ଅନ୍ୟମାନଙ୍କୁ ଉଦାହରଣ ଦେଖାଇଛନ୍ତି। ନିଜେ ଆତ୍ମନିର୍ଭରଶିଳ ହୋଇ ରୋଜଗାରକରି ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ କରି ପାରିଛନ୍ତି ପ୍ରଭାସିନୀ ବେହେରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe