ସମୟ ବଡ଼ ବଳବାନ, ସମୟ ଆସିଲେ ସବୁ ଜଣାପଡ଼ିବ: ପ୍ରଭାତ ରଞ୍ଜନ ବିଶ୍ୱାଳ

ସମୟ ବଡ଼ ବଳବାନ, ସମୟ ଆସିଲେ ସବୁ ଜଣାପଡ଼ିବ: ପ୍ରଭାତ ରଞ୍ଜନ ବିଶ୍ୱାଳ

ଭୁବନେଶ୍ବର/କଟକ : ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କର ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମାକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। କଟକ ନୂଆବଜାର ପୋତାପୋଖରୀ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ପ୍ରଭାତଙ୍କ ନାମରେ ଜମା ଥିବା ଏହି ଟଙ୍କାକୁ ଇଡି ଜବତ କରିଛି। ତେବେ ୩କୋଟି ୬୭ଲକ୍ଷ ୨୦ହଜାର ଟଙ୍କା ଇଡି ଆଟାଚ କଲା ବୋଲି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏ ଘଟଣାରେ ସତ୍ୟାସତ୍ୟ ଜଣାଇବା ଲାଗି ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇଛନ୍ତି ଶ୍ରୀ ବିଶ୍ବାଳ।

ସେ କହିଛନ୍ତି, ୨୦୧୪ରୁ ଯେବେ ସିବିଆଇ ଡାକିଥିଲା , ସେବେଠାରୁ ମୁଁ ମାନସିକ ଚିନ୍ତାରେ ଅଛି । ପ୍ରତି ରାତି ଅଶାନ୍ତିରେ କଟୁଛି । ବ୍ୟାଙ୍କରୁ ୧ କୋଟି ୧୫ ଲକ୍ଷ ଋଣ କରି ଘର କରିଛି । ବିଧାୟକ ହେବା ପୂର୍ବରୁ ବହୁ ସମ୍ପତ୍ତି ଅର୍ଜିତ କରିଥିଲି । ବିଧାୟକ ହେବା ପରେ ୯ଟି ଜମି ବିକ୍ରି କରିଛି । ଜମିଜମା ସମ୍ବନ୍ଧୀୟ କେସ କରିଛି ଇଡି । ମାମଲା ଗତ ୩୦ ତାରିଖରେ ଖବର ପ୍ରକାଶ ହୋଇଥିଲା । ସେ ସମୟରେ ଭବାନିପାଟଣାରେ ଥିଲି । ମୋଟର ସଂଘର ସଭାପତିଙ୍କ ସହ ସେଦିନ ଥିଲା କାର୍ଯ୍ୟକ୍ରମ । ମୁଁ ନ୍ୟାୟରେ ଅଛି , ମୋର ସମ୍ବିଧାନ ଆଉ ନ୍ୟାୟପାଳିକା ଉପରେ ଭରସା ଅଛି । ଗୋଟେ ଜମି ବିକାକୁ ନେଇ ସି ସୋର କମ୍ପାନୀ ପକ୍ଷରୁ ମୋତେ କଲ ଆସିଥିଲା । ମୁଁ ମୋ ସ୍ତ୍ରୀ ନା ରେ ପ୍ରୋମୋଟ କରିବା ପାଇଁ ୨୫ ଲକ୍ଷ ଟଙ୍କା ଚେକ୍ ରେ ଲାଞ୍ଚ ନେଇଥିବା କହିଛି ଇଡି । ଜଣେ କଣ ଚେକ୍ ରେ ଲାଞ୍ଚ ନେଇପାରିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତ ବିଶ୍ଵାଳ । ସମୟ ବଡ଼ ବଳବାନ , ସମୟ ଆସିଲେ ସବୁ ଜଣାପଡ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରଭାତ ବିଶ୍ଵାଳ ।

ତେଣୁ ଚିଟ୍‌ଫଣ୍ଡ ସଂସ୍ଥା ସିସୋର୍ ବିରୋଧରେ ଅଭିଯୋଗ ଆସିବା ପରେ ପ୍ରଥମେ ଇଓଡବ୍ଲୁରେ ମାମଲା ରୁଜୁ ହୋଇଥିଲା ଏବଂ ପରେ ସିବିଆଇ ମାମଲାର ତଦନ୍ତ କରି ଚାର୍ଜସିଟ୍ ଫାଇଲ୍ କରିଥିଲା। ପୂର୍ବରୁ ସିସୋର୍ ସଂସ୍ଥା ସହିତ ଟଙ୍କା‌ ଦେଣନେଣ କାରବାରକୁ ନେଇ ୨୦୧୪ରୁ ପ୍ରଭାତଙ୍କ ନାମରେ ଅଭିଯୋଗ ଆସିବା ପରେ ସିବିଆଇ ଘଟଣାର ତଦନ୍ତ କରିଥିଲା। ପ୍ରଭାତଙ୍କୁ ସିବିଆଇ ଗିରଫ ମଧ୍ୟ କରିଥିଲା। ପରେ ପ୍ରଭାତ ହାଇକୋର୍ଟରୁ ଜାମିନ୍ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe