ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ

Advertisment
ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର: କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି।

ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ ଚିଠରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିବା କଥା ଜଣାପଡ଼ିଛି। ସେ କହିଛନ୍ତି: ସିବିଆଇ ମତେ ଚିଟ୍‌ଫଣ୍ଡ୍‌ ମାମଲାରେ ଛନ୍ଦିବା ଲାଗି ଉଦ୍ୟମ କରିଥିଲା। ମୋ ବିରୋଧରେ ଆଗତ ଅଭିଯୋଗ ସବୁ କପୋଳକଳ୍ପିତ ଓ ଭିତ୍ତିହୀନ। ମତେ ଓ ଦଳକୁ ବଦନାମ କରିବା ନିମନ୍ତେ ସିବିଆଇକୁ ବ୍ୟବହାର କରାଯାଇଥିଲା। ଅଦାଲତ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି। ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଣି ହେବା ଯାଏଁ ନିର୍ବାଚନରୁ ଦୂରେଇ ରହିବି, କିନ୍ତୁ ସବୁବେଳେ ଦଳ ସାଙ୍ଗରେ ଥିବି। ଦଳ ଯାହା ଦାୟିତ୍ୱ ଦେବ ତହା ଗ୍ରହଣ କରି ସୂଚାରୁ ରୂପେ ତାହା ତୁଲାଇବି।

ସିସୋର୍‌ ଚିଟ୍‌ଫଣ୍ଡ୍‌ ମାମଲାରେ ପ୍ରଭାତ ବିଶ୍ୱାଳଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। କିଛି ଦିନ ପରେ ସେ ଜାମିନରେ ମୁକୁଳି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe