ପୁଣି ବିଷ ଉଗାଳିଲେ ପ୍ରଭାତ ବିଶ୍ବାଳ: ‘ଦୁଇ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ମୁଁ ଚିଟ୍‌ଫଣ୍ଡରେ ଫସିଥିଲି’

ପୂର୍ବ ସରକାରଙ୍କ ଦୁଇ ଜଣ ମନ୍ତ୍ରୀଙ୍କ ପାଇଁ ମୁଁ ଚିଟ୍‌ଫଣ୍ଡ କେସ୍‌ରେ ଫସିଥିଲି। ବାସ୍ତବରେ ଚିଟ୍‌ଫଣ୍ଡରେ ମୋର କିଛି ସଂପୃକ୍ତି ନ ଥିଲା। ଦୁଇ ପୂର୍ବତନ ମନ୍ତ୍ରୀ କୋଳି ଖାଇ ମୋ ମୁଣ୍ଡରେ ଅଠା ବୋଳି ମୋତେ  ଚୋର ସଜାଇ ଦେଇଛନ୍ତି।

ବାଲିଯାତ୍ରା ଉତ୍ସବରେ ଅତିଥି ପ୍ରଭାତ ବିଶ୍ୱାଳ 

କଟକ: ପୂର୍ବ ସରକାରଙ୍କ ଦୁଇ ଜଣ ମନ୍ତ୍ରୀଙ୍କ ପାଇଁ ମୁଁ ଚିଟ୍‌ଫଣ୍ଡ କେସ୍‌ରେ ଫସିଥିଲି। ବାସ୍ତବରେ ଚିଟ୍‌ଫଣ୍ଡରେ ମୋର କିଛି ସଂପୃକ୍ତି ନ ଥିଲା। ଦୁଇ ପୂର୍ବତନ ମନ୍ତ୍ରୀ କୋଳି ଖାଇ ମୋ ମୁଣ୍ଡରେ ଅଠା ବୋଳି ମୋତେ  ଚୋର ସଜାଇ ଦେଇଛନ୍ତି। ଦେଶର ନ୍ୟାୟିକ ବ୍ୟବସ୍ଥା ଉପ‌ରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ଓ ଭରସା ରହିଛି। ମାମଲା ବିଚାରାଧୀନ ରହିଛି। ମୋର ବିଶ୍ବାସ, ଏଥିରେ ମୋର ବିଜୟ ହେବ। ଆଜି ନୂଆପଡ଼ାସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପରିସରରେ ଏଭଳି ବୟାନ ଦେଇଛନ୍ତି ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ। ଶ୍ରୀ ବିଶ୍ବାଳଙ୍କ ଏଭଳି ବୟାନ ଚର୍ଚ୍ଚାର ବିଷୟ ହୋଇଛି।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବିଶ୍ବାଳ ପୂର୍ବତନ ସାଂସଦ ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କୁ ପ୍ରଶଂସା କରିଥିଲେ। କହିଥିଲେ ମେ’ ୨୯ ମିଡ୍ ନାଇଟ୍ ଅପରେସନ୍‌ରେ ପ୍ୟାରୀବାବୁଙ୍କ କିଛି ଭୁଲ୍‌ ନ ଥିଲା। ସେ ବିଜେଡି ଦଳକୁ ସଂଗଠିତ କରି ରଖିଥିଲେ। ପରେ ଭିକେ ପାଣ୍ଡିଆନ ଦଳ ସମ୍ଭାଳିଲେ। ଚଳିତ ନିର୍ବାଚନରେ ବିଜେଡି ହାରିବାର କାରଣ ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ବିଶ୍ବାଳ କହିଛନ୍ତି ଯେ, କୌଣସି ରାଜନୈତିକ ଦଳ ବହୁ ବର୍ଷ ଶାସନରେ ରହିବା ପରେ ଲୋକେ ଏଭଳି କରିଥା’ନ୍ତି। ଚିଟ୍‌ଫଣ୍ଡରେ ମୋର ସଂପୃକ୍ତି ନାହିଁ। ମୁଁ ଭୋର୍‌ ୪ଟା ୧୫ରୁ ଉଠି ରାତି ଗୋଟାଏ ପର୍ଯ୍ୟନ୍ତ ‌ଲୋକଙ୍କ ପାଇଁ କାର୍ଯ୍ୟ କରେ। କିନ୍ତୁ ସଂପୃକ୍ତ ଦୁଇ ମନ୍ତ୍ରୀଙ୍କ ପାଇଁ ମୁଁ ଚିଟ୍‌ଫଣ୍ଡରେ ଫସିଲି, ଜେଲ୍ ଯାଇଛି। ମୋ ରାଜନୈତିକ କ୍ୟାରିୟର୍‌ ପ୍ରଭାବିତ ହୋଇଛି। ଯାହା ଫଳରେ ଧଳା ପରିବର୍ତ୍ତେ ଏବେ ନାଲି ପୋଷାକ ପରିଧାନ କରୁଛି ବୋଲି ଶ୍ରୀ ବିଶ୍ବାଳ ଗଣମାଧ୍ୟମକୁ କହିଛନ୍ତି। ରାମାୟଣରେ ରାମ, ରାବଣ ଅଛନ୍ତି, ରାଜନୀତିରେ ବି ଅଛନ୍ତି। ତେଣୁ ସେହିମାନଙ୍କ ପାଇଁ ମୁଁ ଏ ଦଶା ଭୋଗିଛି। ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ଭରସା ରହିଛି। ଦିନେ ମୋତେ ନ୍ୟାୟ ମିଳିବ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe