୧୦ରୁ ପ୍ରାଚୀ ନଦୀ ପଦଯାତ୍ରା

୧୦ରୁ ପ୍ରାଚୀ ନଦୀ ପଦଯାତ୍ରା

File Photo of Prachi Parikrama

ଭୁବନେଶ୍ୱର: ପୁଣ୍ୟତୋୟା ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ଜନଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରାଚୀ ପରିକ୍ରମା ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଆସନ୍ତା ୧୦ ତାରିଖରୁ ପ୍ରାଚୀ ନଦୀ ପଦଯାତ୍ରା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସାଧୁସନ୍ଥମାନେ ଯୋଗଦେଇ ପ୍ରାଚୀ ନଦୀକୂଳରେ ଥିବା ଦ୍ୱାଦଶ ମଠ, ଦ୍ୱାଦଶ ମାଧବ, ଦ୍ୱାଦଶ ଋଷି ଆଶ୍ରମ, ଦ୍ୱାଦଶ ଶକ୍ତିପୀଠ, ଦ୍ୱାଦଶ ଶମ୍ଭୁ ସହ ଅନ୍ୟ ତୀର୍ଥଗୁଡ଼ିକ ପରିକ୍ରମା କରିବେ। ଅବକ୍ଷୟମୁଖୀ ନଦୀମାନଙ୍କ ପୁନରୁଦ୍ଧାର ଉଦ୍ଦେଶ୍ୟରେ ୨୦୧୨ ମସିହାରୁ ପରମହଂସ ପ୍ରଜ୍ଞାନାନାନ୍ଦ ମହାରାଜଙ୍କ ମାର୍ଗଦର୍ଶନ ଓ ପ୍ରେରଣା‌‌‌ରେ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି।

ପଦଯାତ୍ରୀମାନେ ୧୦ ତାରିଖରେ ନୂଆଗାଁ ରାଧାକାନ୍ତ ମଠ, ୧୧ ତାରିଖରେ ମାଧବ ଶ୍ରୀମାଧବାନନ୍ଦ, ୧୨ ତାରିଖରେ କାକଟପୁର ଦେଉଳି ମଠ, ୧୩ ତାରିଖରେ କେଲୁଣି ମୁଁହାଣ ଓ କେଉଟଜଙ୍ଗା, ୧୪ତାରିଖରେ ନୟାହାଟ ନୂଆ ମଠ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର, ୧୫ ତାରିଖରେ ଶ୍ରୀ ବୁଦ୍ଧିକେଶ୍ୱର ମନ୍ଦିର, ଦେଉଳିଧରପୁରକୁ ଯାତ୍ରା କରିବେ ଏବଂ ୧୬ ତାରିଖ ଦିନ ଶ୍ରୀ ଅନ୍ଧକପିଳେଶ୍ୱର ମନ୍ଦିର, କପିଳେଶ୍ୱରପୁରଠାରେ ପୂର୍ଣ୍ଣାହୁତି ଦିଆଯିବ। ସ୍ବାମୀ ଶୁଦ୍ଧନନ୍ଦ ଗିରି ଓ ସ୍ବାମୀ ସମର୍ପଣାନନ୍ଦ ଗିରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe