ଅଢ଼େଇ ବର୍ଷ ପରେ ଫେରିଲେ ପ୍ରଦୀପ ଅମାତ

Advertisment
କେବଳ ଦରଖାସ୍ତ କରିଦେଲେ ଶିଳ୍ପ ସଂସ୍ଥା ଉତ୍ପାଦନ କରିପାରିବେ ନାହିଁ

The Statesman

ବୌଦ୍ଧ : ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ରାଜ୍ୟର ଜଣେ ନିର୍ବିବାଦୀୟ ରାଜନେତା ଭାବେ ପରିଚିତ। ଲଗାତାର ଭାବେ ୫ଟି ସାଧାରଣ ନିର୍ବାଚନରେ ବୌଦ୍ଧର ବିଧାୟକ ହୋଇ ଆସୁଛନ୍ତି। ଅତୀତରେ ରାଜ୍ୟ ସରକାରଙ୍କ ଖଣି ଓ ଇସ୍ପାତ, ଅର୍ଥ, ସ୍ବାସ୍ଥ୍ୟ ଆଦି ଗୁରୁତ୍ବପୂର୍ଣ୍ଣ ବିଭାଗର ରହିଛନ୍ତି। ଏପରିକି ଦୁଇ ଥର ବିଧାନସଭାର ବାଚସ୍ପତି ରହିଛନ୍ତି।

୨୦୧୯ ନିର୍ବାଚନ ପରେ ତାଙ୍କୁ ମନ୍ତ୍ରୀ ପଦ ନ ମିଳିବା ଜିଲ୍ଲାବାସୀଙ୍କ ପରିକଳ୍ପନାର ବାହାରେ ଥିଲା। ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବା ଚର୍ଚ୍ଚା ଆରମ୍ଭ ହେବା ଦିନଠାରୁ ଶ୍ରୀ ଅମାତ ଚର୍ଚ୍ଚାରେ ରହିଥିଲେ। ଶନିବାର ସଂଧ୍ୟାରେ ନବୀନ ନିବାସରୁ ଶ୍ରୀ ଅମାତଙ୍କୁ ଫୋନ୍‌ରେ ଡାକରା ଆସିବା ପରେ ଉତ୍ସବମୁଖର ହୋଇ ପଡ଼ିଥିଲା ବୌଦ୍ଧ ସହର। ଶ୍ରୀ ଅମାତ ମନ୍ତ୍ରୀ ହେବା ପରେ ତାଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଆଲୋଚନା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe