ରଣେନ୍ଦ୍ରଙ୍କ ମନ୍ତବ୍ୟକୁ ପ୍ରଦୀପ୍ତଙ୍କ ନିନ୍ଦା

ଟ୍ବିଟ୍‌ କରି ସ୍ପଷ୍ଟୀକରଣ ରଖିଲେ ରଣେନ୍ଦ୍ର

ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ଓ ୩୬ଟି ସଚଳ: କୃଷି ମନ୍ତ୍ରୀ

Twitter

ଭୁବନେଶ୍ୱର : ବାଲେଶ୍ୱରର ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତ(ମଙ୍ଗୁ)ଙ୍କ ମୃତ୍ୟୁ ବିଜେଡିର ବିଜୟ ପାଇଁ ଏକ ସୁଯୋଗ ଆଣି ଦେଇଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକ ନିର୍ବାଚନୀ ସଭାରେ କହିଥିଲେ। ଏହାକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ପ୍ରଦୀପ୍ତ ନାଏକ। ଟ୍ବିଟ୍‌ କରି ସେ କହିଛନ୍ତି ଯେ ଏପରି ମନ୍ତବ୍ୟ ଦେଇ ଶ୍ରୀ ସ୍ବାଇଁ କେବଳ ନିଜର ରୁଚିହୀନତା, ଅସଭ୍ୟତା ଓ ସମ୍ବେଦନହୀନତାର ପରିଚୟ ଦେଇ ନାହାନ୍ତି, ବରଂ ସେ ସମଗ୍ର ବାଲେଶ୍ବରବାସୀଙ୍କୁ ଅପମାନିତ କରିଛନ୍ତି। ପୁଣି ନିଜ ବକ୍ତବ୍ୟର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଏହାକୁ ତାଙ୍କ ଦର ବିଜେଡିର ଆଭିମୁଖ୍ୟ ବୋଲି କହିଛନ୍ତି। ଏହାର ଅର୍ଥ ବିଜୁ ଜନତା ଦଳ ଏପରି ସମ୍ବେଦନହୀନତା ଓ ଅଶିଷ୍ଟତାର ପୃଷ୍ଠପୋଷକ କି? ଯଦି ମନ୍ତ୍ରୀଙ୍କ ନିଜ ଭାଇଙ୍କ ଦେହାନ୍ତ ହୋଇଥା’ନ୍ତା, ଏହା ସମ୍ପତ୍ତି ଭାଗରେ ମୋତେ ଅଧିକ ମିଳିବାର ଏକ ସୁଯୋଗ ବୋଲି ଭାବି ଥା’ନ୍ତେ କି ? ଏପରି ନେତା ଓ ଏପରି ଦଳକୁ ଉଚିତ ଜବାବ ଦେବା ପାଇଁ ସେ ଆହ୍ବାନ ଦେଇଛନ୍ତି।

ଶ୍ରୀ ସ୍ବାଇଁଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା ହେଲା ପରେ ସେ ନିଜେ ଟ୍ବିଟ୍‌ କରି ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି‌ ଯେ ମଦନ ମୋହନ ଦତ୍ତଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ଥିଲା। ମୋର କୌଣସି ବିବୃତି ମାଧ୍ୟମରେ କାହାର ଭାବାବେଗକୁ ବିଶେଷ କରି ମାନସ ଦତ୍ତଙ୍କୁ ଆଘାତ ଦେବାର ଉଦ୍ଦେଶ୍ୟ ନ ଥିଲା। ଏହି ଘଟଣାକୁ ଯେପରି ରୂପ ଦିଆଯାଉଛି, ସେଥି ପାଇଁ ମୁଁ ମର୍ମାହତ। ମୋ ମନ୍ତବ୍ୟକୁ କଦର୍ଥ କରାଯାଉଛି। ମଦନ ମୋହନ ଦତ୍ତଙ୍କ ପ୍ରତି ମୋର ଗଭୀର ସମ୍ମାନ ଓ ଶ୍ରଦ୍ଧା ରହିଛି। ମାନସ ମୋର ପୁଅ ପରି ଏବଂ ସେ ଯଦି ଆଘାତ ପାଇଛନ୍ତି, ତେବେ ମୁଁ ଅତ୍ୟନ୍ତ ଦୁଃଖିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe