ଫେସ୍‌ବୁକ୍‌ରେ ମହାରଥୀଙ୍କ ବୟାନ: ମୁଁ କିମ୍ବା ମୋ ଦଳ ଏହି ଘଟଣାରେ ସଂପୃକ୍ତ ନୋହୁଁ; ଦେଖନ୍ତୁ ଭିଡିଓ

ଫେସ୍‌ବୁକ୍‌ରେ ମହାରଥୀଙ୍କ ବୟାନ: ମୁଁ କିମ୍ବା ମୋ ଦଳ ଏହି ଘଟଣାରେ ସଂପୃକ୍ତ ନୋହୁଁ; ଦେଖନ୍ତୁ ଭିଡିଓ

ପିପିଲି: ଗତକାଲି ରାତିରେ ପିପିଲିରେ ନିର୍ବାଚନ କମିସନଙ୍କ ଫ୍ଲାଇଂସ୍କ୍ଵାର୍ଡ ଓ ସ୍ପେଶାଲ ସର୍ଭିଲାନ୍ସ ଟିମ୍‌ ଉପରେ ଆକ୍ରମଣ ଘଟଣାରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରାଥୀ ଗିରଫ ହୋଇଛନ୍ତି । ଏହି ଘଟଣାକୁ ନେଇ ପ୍ରଦୀପ ମହାରାଥୀ କହିଛନ୍ତି କି, ଏହି ଘଟଣାରେ ସେ କିମ୍ବା ତାଙ୍କ ଦଳ ସଂପୃକ୍ତ ନୁହନ୍ତି। ନିଜ ଫେସବୁକ ପେଜରେ ଏକ ଭିଡିଓ ଅପଲୋଡ କରି ଏହି ମନ୍ତବ୍ୟ ଦେଇଛନ୍ତି ପ୍ରଦୀପ ମହାରଥୀ। ସେ କହିଛନ୍ତି, ଟିଭି ଓ ଖବର କାଗଜରୁ ସକାଳୁ ଦେଖିଲି ରାତି ୧୨ଟାରେ ସ୍କାର୍ଡ ବାଲା ଫାର୍ମ ହାଉସ୍‌ ଗେଟ ତାଲା ଭାଙ୍ଗି ଭିତରକୁ ଯାଇଥିଲେ। ଫାର୍ମ ହାଉସ୍‌ରେ ଥିବା କର୍ମଚାରୀଙ୍କ ସହ ସ୍କାର୍ଡ ସହ ବଚସା ହୋଇଥିଲା ଓ ଠେଲାପେଲା ହୋଇଥିଲା। ଏହି ଘଟଣାରେ ମୁଁ ଦୁଃଖିତ ଏବଂ ଏଥିରେ ମୁଁ କିମ୍ବା ମୋର ଦଳ ସଂମ୍ପୃକ୍ତ ନୁହେଁ।

ସୂଚନାଯୋଗ୍ୟ, କର୍ତ୍ତବ୍ୟରତ ଅବସ୍ଥାରେ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ମାଜିଷ୍ଟ୍ରେଟଙ୍କ ବୟାନ ଆଧାରରେ ପୁଲିସ ପିପିଲି ବିଧାୟକ ତଥା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଡାକି ପଚରାଉଚରା କରିବା ପରେ ଗିରଫ କରିଛି। ଗତକାଲି ରାତିର ଘଟଣାକୁ ନେଇ ପିପିଲିରେ ଉତ୍ତେଜନା ପ୍ରକାଶ ପାଇବା ସେଠାରେ ପୁଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe