ମହାକାଳପଡ଼ାରେ ମନ୍ତ୍ରୀ ମହାରଥୀଙ୍କ ନାଟକୀୟ ଅନ୍ଦାଜ; ମୁଖ୍ୟମନ୍ତ୍ରୀ ବି ଦେଲେ ମୁରୁକିହସା  

Advertisment
ମହାକାଳପଡ଼ାରେ ମନ୍ତ୍ରୀ ମହାରଥୀଙ୍କ ନାଟକୀୟ ଅନ୍ଦାଜ; ମୁଖ୍ୟମନ୍ତ୍ରୀ ବି ଦେଲେ ମୁରୁକିହସା  

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ାରେ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଯୋଗ ଦେଇଥିବା ବେଳେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ମଧ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ସଭାରେ ମନ୍ତ୍ରୀ ମହାରଥୀଙ୍କ ଭାଷଣ ମଞ୍ଚାସୀନ ଅତିଥିଙ୍କୁ ଆମୋଦିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମୁରୁକି ହସା ଦେଉଥିବା ଦେଖିବାକୁ ମିଳିଥିଲା। ଆସନ୍ତୁ ଜାଣିବା ମହାରଥୀ ଏମିତି କ’ଣ କହିଲେ ଯେ ସମସ୍ତଙ୍କ ମିଜାଜ ଖୁସ୍‌ କରିଦେଲେ।

ପ୍ରଦୀପ ମହାରଥୀ ତାଙ୍କ ଭାଷଣରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀଙ୍କୁ ତାଙ୍କର ମଜାଦାର ତଥା ନାଟକୀୟ ଶୈଳୀରେ ପ୍ରଶଂସାରେ ପୋତି ପକାଇଥିଲେ। ଭାଷଣରେ ସେ ଅତନୁଙ୍କୁ ଲକ୍ଷ୍ୟ କରି କହିଥିଲେ, ଛୋଟ ସାପର ବିଷ ବେଶୀ। ପୁଣି ଅତନୁ ହେଉଛନ୍ତି ନବୀନଙ୍କ ଗେହ୍ଲାପୁଅ ମୋ ଠାରୁ କି ଗେହ୍ଲା ବୋଲି କହିବାକୁ ପଛାଇ ନ ଥିଲେ। ଏଥିସହ ସେ ଅତନୁ ତାଙ୍କ ଠାରୁ ବୟସରେ ସାନ ହେଲେ ବି ଆବଶ୍ୟକ ସ୍ଥଳେ ତାଙ୍କର ମତାମତ ନିଅନ୍ତି ବୋଲି କହିଥିଲେ ମହାରଥୀ।

publive-image

ମହାରଥୀ ତାଙ୍କ ଭାଷଣରେ ଗାଁ ଗହଳିରେ ପ୍ରଚଳିତ କଥନିକା ‘ନ ପାହୁ ରାତି, ନମରୁ ପତି ଏକ ରାତି ହେଉ ସପତ ରାତି’ ଓ ‘ଆଗରୁ ଦେଖିଲେ ଯେନ୍ତା,ପଛରୁ ଦେଖିଲେ ସେନ୍ତା’ ଆଦି କହି ଉପସ୍ଥିତି ଲୋକଙ୍କ ମନ ମୋହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe