ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନ : ‘ପେଟ୍ରୋଲ, ଡିଜେଲ ରେଡି କରିଥ…’

Advertisment
ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନ : ‘ପେଟ୍ରୋଲ, ଡିଜେଲ ରେଡି କରିଥ…’

ନବରଙ୍ଗପୁର: କଂଗ୍ରେସ  ପକ୍ଷରୁ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଥିବା ବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଏକ ବିସ୍ଫୋରକ ବୟାନ୍ ଚର୍ଚ୍ଚାରେ ରହିଛି। ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ଏହି ବିବାଦୀୟ ବୟାନ୍ ଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରଦୀପ ମାଝୀ କହୁଛନ୍ତି- ‘ପେଟ୍ରୋଲ, ଡିଜେଲ ରେଡି କରିଥ, ବୁଝିଲ କି ନାହିଁ, ଡାଇରେକ୍ସନ ଯିବ,ସବୁ ନିଆଁ ମାରିଦେବ, ପରେ ଦେଖାଯିବ ଯାହା ହେବ।’

ଅପରପକ୍ଷରେ ଏହି ବନ୍ଦ ବେଳେ ନବରଙ୍ଗପୁରର ଆମ୍ବେଦକର ଛକରେ କେତେକ ଦୁର୍ବୃତ୍ତ ଏକ କାର୍ ଜାଳି ଦେଇଥିବା ଜଣାଯାଇଛି। ଏହି ଅଘଟଣକୁ କଂଗ୍ରେସର ବନ୍ଦ ପାଳନ ସହ ଯୋଡ଼ା ଯାଉଥିବାରୁ କାର୍ ପୋଡ଼ି ଅଧିକ ଚର୍ଚ୍ଚାକୁ ଆସିଛି।

publive-image

ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଡିତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବିରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ତରଫରୁ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଛି । ଘଟଣାକୁ ପାଖାପାଖି ଦୁଇ ସପ୍ତାହ ବିତି ଯାଇଥିଲେ ବି ପୀଡ଼ିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସି ନ ଥିବା ଜଣାପଡ଼ିଛି। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଘଟଣାର ପ୍ରକୃତ ଦୋଷୀଙ୍କ ନିକଟରେ ପୁଲିସ ପହଞ୍ଚି ନ ପାରିବା ପୁଲିସ ତଦନ୍ତର ଶିଥିଳତାକୁ ଦର୍ଶାଉଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe