ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ପ୍ରଦୀପ ମାଝୀ

Advertisment
ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ପ୍ରଦୀପ ମାଝୀ

ନବରଙ୍ଗପୁର: ଆଣ୍ଠୁରେ ସମସ୍ୟା ନେଇ ଦୀର୍ଘ ଏକମାସ ହେଲା ଭୁବନେଶ୍ବରରେ ଚିକିତ୍ସିତ ହେଲା ପରେ ପୂର୍ବତନ ସାଂସଦ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପ‌ଦେଷ୍ଟା ପ୍ରଦୀପ ମାଝୀ ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। ଭୁବ‌ନେଶ୍ବର ବିମାନବନ୍ଦରରୁ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।

ଶ୍ରୀ ମାଝୀ ବାରିପଦାଠାରେ ଆୟୋଜିତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ‘ଆଦି ରନ୍’ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ତାଙ୍କ ଗୋଡ଼ରେ ସମସ୍ୟା ଦେଖାଦେଇଥିଲା। ଚିକିତ୍ସା ପାଇଁ ଗତ ଅକ୍ଟୋବର ପହିଲାରେ ସେ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଆଣ୍ଠୁରେ ଲିଗାମେଣ୍ଟ ସମସ୍ୟା ଥିବାରୁ ଅସ୍ତ୍ରୋପଚାର କରିବା ପାଇଁ ଡାକ୍ତର କହିଥିଲେ। ସେହି ହସ୍ପିଟାଲରେ ଏକ ମାସ ମଧ୍ୟରେ ତାଙ୍କର ଦୁଇ ଥର ଅସ୍ତ୍ ରୋପଚାର କରାଯାଇଥିଲା। ହେଲେ ଗୋଡ଼ ଯନ୍ତ୍ରଣା ଉପଶମ ହୋଇ ନଥିଲା। ଶେଷରେ ଆଜି ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe