ପ୍ରଦୀପ ପାଣିଗ୍ରାହୀ, ଅଭୟକାନ୍ତଙ୍କୁ କରୋନା, ଝାରପଡ଼ା ଜେଲ୍‌ ସଂଗରୋଧ ଓ୍ୱାର୍ଡରେ ଚିକିତ୍ସିତ ହେଉଛନ୍ତି

Advertisment

ଆଜି ପୁଣି ହେବ କୋଭିଡ୍ ଟେଷ୍ଟ

ଆଜି ପୁଣି ହେବ କୋଭିଡ୍ ଟେଷ୍ଟ

ପ୍ରଦୀପଙ୍କ ପରେ ବିପିନ, ତାପରେ କିଏ? ଗଞ୍ଜାମ ବିଜେଡି ନେତାଙ୍କୁ ଘାରିଛି ବାସନ୍ଦ ଭୟ!

ଭୁବନେଶ୍ବର : ଝାରପଡ଼ା ଜେଲରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ଥିବା ବେଳେ ବିଚାରାଧୀନ ହାଇପ୍ରୋଫାଇଲ୍‌ କଏଦୀ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଏଥିରୁ ବର୍ତ୍ତି ପାରିନାହାନ୍ତି। ସେ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ବହିଷ୍କୃତ ଆଇଏଫ୍ଏସ୍‌ ଅଫିସର୍‌ ଅଭୟକାନ୍ତ ପାଠକ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଭୟଙ୍କୁ ଜେଲ୍‌ ପରିସରରେ ଥିବା ସଂଗରୋଧ ୱାର୍ଡରେ ଚିକିତ୍ସା କରାଯାଉଛି।

ସୂଚନାଯୋଗ୍ୟ, ଝାରପଡ଼ା ଜେଲରେ କରୋନା ବିସ୍ଫୋରକ ରୂପ ନେଇଛି। ଗତ ମଙ୍ଗଳବାର ୧୯୫ କଏଦୀ ଓ କର୍ମଚାରୀଙ୍କର କୋଭିଡ୍ ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗତକାଲି ୯୬ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ଅପରପକ୍ଷେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା କଏଦୀମାନଙ୍କୁ ରାପିଡ୍ ରେସପନ୍ସ ଟିମ୍ (ଆର୍‌ଆର୍‌ଟି) ଆଜି ଭେଟିଛି। ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଆବଶ୍ୟକ ମେଡିସିନ୍ ଦିଆଯାଇଛି। ଯଦି କେହି ଗୁରୁତର ହୁଅନ୍ତି, ସେମାନଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି। ଆସନ୍ତାକାଲି(ଶନିବାର) ବିଏମ୍‌ସି ପକ୍ଷରୁ ପୁଣି ଜେଲ୍‌ ପରିସରରେ କୋଭିଡ୍ ଟେଷ୍ଟ କରାଯିବ। ଅଧିକ ସଂଖ୍ୟାରେ ଆକ୍ରାନ୍ତ ବାହାରୁ ଥିବାରୁ ଜେଲ୍‌ ବିଭାଗର ଚିନ୍ତା ବଢ଼ିଯାଇଛି।

ଉଲ୍ଲେଖଯୋଗ୍ୟ, ଆୟ ବହିର୍ଭୂତ ଓ ଦୁର୍ନୀତି ମାମଲାରେ ଗତବର୍ଷ ନଭେମ୍ବର ୨୮ ତାରିଖରେ ଭିଜିଲାନ୍ସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଥିଲା। ସେହିପରି ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗତବର୍ଷ ଡିସେମ୍ବରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe