ଥାନା ସମ୍ମୁଖରେ ପ୍ରଦୀପ ପୁରୋହିତଙ୍କ ଧାରଣା 

Advertisment
ଥାନା ସମ୍ମୁଖରେ ପ୍ରଦୀପ ପୁରୋହିତଙ୍କ ଧାରଣା 

YouTube

ବରଗଡ଼/ପଦ୍ମପୁର: ପଦ୍ମପୁର ଥାନା ସମ୍ମୁଖରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଶନିବାର ବିଳମ୍ବିତ ରାତିରେ ଧାରଣା ଦେଇଛନ୍ତି। ବରିହାପାଲିଠାରେ ତାଙ୍କୁ ଗୋଟିଏ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଆକ୍ରମଣ କରିବା ସହ ଯୁକ୍ତିତର୍କ ଏବଂ ଠେଲାପେଲା କରିଥିବା ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି। ଶ୍ରୀ ପୁରୋହିତଙ୍କ ଅଭିଯୋଗ ହେଲା, ବରିହାପାଲି ଗାଁସ୍ଥିତ ଲକ୍ଷ୍ମୀ ମନ୍ଦିରକୁ ସେ ପୂଜା କରିବାକୁ ଯାଇଥିଲେ। ନିର୍ବାଚନ ପ୍ରଚାର ଅବଧି ଶେଷ ହେବା ପରେ ସେ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ‌ସେଠାରେ ଉକ୍ତ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ତାଙ୍କୁ ଘେରିଥିଲେ। ପ୍ର

ଚାର ଅବଧି ପରେ ସେ କାହିଁକି ବରିହାପାଲିକୁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସେ ଉତ୍ତର ରଖି ସ୍ପଷ୍ଟୀକରଣ ଦେବାବେଳେ ସାମ୍ବାଦିକଜଣକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି। ସଂପୃକ୍ତ ସାମ୍ବାଦିକ ଏବଂ ସହଯୋଗୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଶ୍ରୀ ପୁରୋହିତ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଅନ୍ୟପକ୍ଷରେ ଶ୍ରୀ ପୁରୋହିତ ଏବଂ ତାଙ୍କ ସହ‌‌ଯୋଗୀ ସାମ୍ବାଦିକଙ୍କ କ୍ୟାମେରା ଛଡ଼ାଇ ଭଂଗାରୁଜା କରିବା ସହ ଆକ୍ରମଣ କରିଥିବା ପାଲଟା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe