ପ୍ରଦୀପ ସେଠୀଙ୍କ ଆଉ ୧୨.୬୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

Advertisment
ପ୍ରଦୀପ ସେଠୀଙ୍କ ଆଉ ୧୨.୬୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଠକେଇ ମାମଲାର ତଦନ୍ତ କରୁଥିବା ପ୍ରବର୍ତନ ନିର୍ଦେଶାଳୟ(ଇଡି) ଆଜି ଅର୍ଥତତ୍ତ୍ୱର ପରିଚାଳନା ନିର୍ଦେଶକ ପ୍ରଦୀପ ସେଠୀଙ୍କର ଆଉ ୧୨.୬୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି। ଏହି ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର ଓ ବାଲେଶ୍ୱରର କେତୋଟି ଜମି ଓ ଫ୍ଲାଟ ରହିଛି। ସେହିପରି ଅର୍ଥତତ୍ତ୍ୱ କମ୍ପାନିର ନିର୍ଦେଶକ ସମ୍ବିତ ଖୁଣ୍ଟିଆ, ରାହୁଲ କନଓ୍ଵାଲ ଓ ମନୀନ୍ଦ୍ର ପରମାଣିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆକାଉଣ୍ଟକୁ କାରବାର ହୋଇଥିବା ଟଙ୍କା ମଧ୍ୟ ଏହି ବାଜ୍ୟାପ୍ତ ହୋଇଥିବା ସଂପତ୍ତି ମଧ୍ୟରେ ରହିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଇଡି ଅର୍ଥତତ୍ତ୍ୱ କମ୍ପାନିର ୧୨୦.୫୫ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିଥିଲା। ତେବେ ଇଡି ତାର ତଦନ୍ତ ଅବ୍ୟାହତ ରଖିଥିଲା। ତଦନ୍ତବେଳେ ଇଡି ଜାଣିବାକୁ ପାଇଥିଲା ଯେ ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ନାଁ ଆଉ ୧୨.୬୪ କୋଟି ଟଙ୍କାର ସମ୍ପତ୍ତି ଅଛି। ସେହି ସମ୍ପତ୍ତି ମଧ୍ୟରେ ରହିଛି ଯୁବନେତା ରଜତ ଚୌଧୁରୀଙ୍କ ପତ୍ନୀଙ୍କ ନାଁରେ ଭୁବନେଶ୍ୱରରେ ଥିବା ଏକ ଫ୍ଲାଟ, ବାଲେଶ୍ୱରରେ ଜମି ଓ ନଗଦ ଟଙ୍କା ଆଦି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe