ପ୍ରଦୀପ୍ତ ନାଏକଙ୍କ ଘର ବାହୁଡ଼ା, ୨ ବର୍ଷ ଧରି ଗୁରୁଗ୍ରାମରେ ଚିକିତ୍ସାଧୀନ ଥିଲେ

Advertisment
ପ୍ରଦୀପ୍ତ ନାଏକଙ୍କ ଘର ବାହୁଡ଼ା, ୨ ବର୍ଷ ଧରି ଗୁରୁଗ୍ରାମରେ ଚିକିତ୍ସାଧୀନ ଥିଲେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ ନାଏକ କୋଭିଡ୍‌ରେ ଆକ୍ରାନ୍ତ ହୋଇ ପ୍ରାୟ ୨ ବର୍ଷ ଧରି ଚିକିତ୍ସା ପରେ ସୋମବାର ଓଡ଼ିଶା ଫେରିଛନ୍ତି। ଆସନ୍ତା ଜୁନ ୨୨ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କଳାହାଣ୍ଡି ଗସ୍ତ ଥିବାରୁ ଶ୍ରୀ ନାଏକ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଛନ୍ତି।

ସୋମବାର ସନ୍ଧ୍ୟାରେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦରରୁ ସନ୍ଧ୍ୟା ୬ଟାରେ ବାହାରି ଭୁବନେଶ୍ବରରେ ପହଞ୍ଚିଛନ୍ତି। ୨୧ ତାରିଖ ସନ୍ଧ୍ୟାରେ ଭବାନୀପାଟଣାରେ ପହଞ୍ଚି ମାଣିକେଶ୍ବରୀଙ୍କ ମନ୍ଦିର ଦର୍ଶନ କରି ଘରକୁ ଯିବେ ବୋଲି ଜଣାପଡ଼ିଛି। ଗତ ୨୦୨୧ ନଭେମ୍ବର ୨୦ରେ କୋଭିଡ୍‌ରେ ଆକ୍ରାନ୍ତ ହେବା ଫଳରେ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା। ତେଣୁ ସେ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେବେଠୁ ଚିକିତ୍ସାଧୀନ ଥିଲେ। ୨ ବର୍ଷ ପରେ ତାଙ୍କ ଘରବାହୁଡ଼ାକୁ ନେଇ ସମର୍ଥକ ମହଲରେ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe