ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହାଦୁର୍ନୀତି : ମଡେଲ ଭିଲେଜ ବଗପାଟିଆର ମହିଳାଙ୍କୁ ଠକେଇ

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହାଦୁର୍ନୀତି : ମଡେଲ ଭିଲେଜ ବଗପାଟିଆର ମହିଳାଙ୍କୁ ଠକେଇ

ରାଜନଗର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ହୋଇଥିବା ଦୁୁର୍ନୀତିରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏଯାଏ ଚୁଲି ଧୂଆଁରୁ ମୁକୁଳି ପାରି ନଥିବା ମହିଳାଙ୍କ ନାମରେ ଉଜ୍ଜଳା ଗ୍ୟାସ୍ ଉଠାଇ ନିଆଯାଇଛି। ରାଜ୍ୟର ଅନ୍ୟତମ ମଡେଲ ଭିଲେଜ୍ ତଥା ସାତଭାୟାବାସୀଙ୍କ ଥଇଥାନସ୍ଥଳୀ ବଗପାଟିଆର ମହିଳାମାନେ ଏଭଳି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ବ‌େଙ୍ଗାପସାଗର କୂଳରେ ଥିବା ବଗପାଟିଆରେ ପ୍ରାୟ ପ୍ରତି ସପ୍ତାହରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ସମୀକ୍ଷା କରୁଛନ୍ତି। ଏପଟେ ବଗପାଟିଅ‌ାରେ ବିପନ୍ନ ମହିଳାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ୍ ସଂ‌ଯୋଗ ଲୁଟି ନିଆଯାଇଛି। ମହିଳାମାନେ ଥଇଥାନସ୍ଥଳୀରେ ଚୁଲି ଧୂଆଁରେ ଅଣନିଶ୍ବାସୀ ହୋଇ ରୋଷେଇ କରୁଥିବା ବେଳେ ‌େସମାନଙ୍କ ଉଜ୍ଜଳା ଗ୍ୟାସ୍ ସଂଯୋଗ ଲୁଟି ନିଆଯାଇଛି।

ସାତଭାୟା‌‌ ଗାଁର କେଶବ ମହାନ୍ତିଙ୍କ ପତ୍ନୀ ସରସ୍ବତୀ ମହାନ୍ତି ୬ ମାସ ତଳେ ପ୍ରଧାନମନ୍ତ୍ରୀ ଉ‌ଜ୍ଜଳା ଯୋଜନାରେ ଗ୍ୟାସ୍ ସଂଯୋଗ ପାଇଁ କାଗଜପତ୍ର ଦେଇଥିଲେ। ରାଜନଗର ଇଣ୍ଡେନ୍ ଗ୍ୟାସ୍ କାର୍ଯ୍ୟାଳୟ‌ର ଜ‌େଣ ଯୁବକ ସରସ୍ବତୀଙ୍କ ଠାରୁ କାଗଜପତ୍ର ନେଇଥିଲେ। ମାତ୍ର ସେ ଗ୍ୟାସ୍ ସଂଯୋଗ ପାଇ ନାହାନ୍ତି। ସେ ଏବେ ଭାରତ ଗ୍ୟାସ୍ କାର୍ଯ୍ୟାଳୟରେ କାଗଜପତ୍ର ଦେବାପରେ ତାଙ୍କ ନାଁରେ ୬ମାସ ତଳୁ ଗ୍ୟାସ୍ ଉଠି ସାରିଥିବା ଜାଣିବାକୁ ପାଇଥିଲେ ବୋଲି ସରସ୍ବତୀ ଅଭିଯୋଗ କରିଛନ୍ତି। ରାଜନଗର ଇଣ୍ଡେନ୍ ଗ୍ୟାସ୍ ବିତରକ ନିଲମ୍ବିତ ହୋଇଥିବାରୁ ସେ କିପରି ଗ୍ୟାସ୍ ସଂଯୋଗ ପାଇବେ ତାହାକୁ ନେଇ ସେ ଚିନ୍ତାରେ ପଡିଛନ୍ତି।

ସାତଭାୟାର ସୁଶୀଳା ଦାସ, ପ୍ରଦୀପ୍ତା ବେହେରା, ସଂଜୁଲତା ପାତ୍ର, ଜୟନ୍ତୀ ସାହାଣୀ, ପ୍ରେମଲତା ବେହେରା, ପାର୍ବତୀ ରଣା, ସୁରଥି ବେହେରା, ସାବିତ୍ରୀ ଦଳାଇ, ସୁମିତ୍ରା ବିଶ୍ବାଳ, ମନମୋହିନୀ ପରିଡ଼ା, ପାଞ୍ଚାଳି ମଲ୍ଲିକ, ମଲ୍ଲି ବେହେରା, ଅନପୂର୍ଣ୍ଣା ମଲିକ, ପୁଷ୍ପଲତା ମଳିକ, ମାଣିକ ମଲିକ, କାଞ୍ଚନ ଦାଳା, ନିରୂପମା ଦଳାଇ, ରିନାବାଳା ଦଳାଇ ପ୍ରମୁଖ ଏଭଳି ଠକେଇର ଶିକାର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe