ପ୍ରଧାନମନ୍ତ୍ରୀ ଆବାସ କଳି: ୩୧୭ ପଂଚାୟତରେ ପୁଣି ଗ୍ରାମସଭା ବର୍ଜନ

Advertisment
ପ୍ରଧାନମନ୍ତ୍ରୀ ଆବାସ କଳି: ୩୧୭ ପଂଚାୟତରେ ପୁଣି ଗ୍ରାମସଭା ବର୍ଜନ

Facebook

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକାକୁ ନେଇ ସରପଂଚ ସଂଘ ଓ ପ୍ରଶାସନ ମୁହାଁମୁହିଁ। ସରପଂଚ ସଂଘର କର୍ମକର୍ତ୍ତାମାନେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ଦିଆଯାଉ ବୋଲି କହୁଛନ୍ତି। ଆଉ ପ୍ରଶାସନ ପକ୍ଷରୁ ବାର ବାର ସରପଂଚଙ୍କୁ ଚିଠି ପରେ ଚିଠି କରି ଗ୍ରାମସଭା କରିବାକୁ କହାଯାଉଛି। ପ୍ରଶାସନ ଓ ସରପଂଚ ସଂଘ ବିବାଦ ତୁଟୁନଥିବାରୁ ଜାନୁଆରି ୨୬ ତାରିଖ ପରେ ପୁଣି ଥରେ ୩୧୭ଟି ପଂଚାୟତରେ ଗ୍ରାମସଭା ବସିପାରିନି।

ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖ ଜିଲ୍ଲାରେ କୌଣସି ପଂଚାୟତରେ ଗ୍ରାମସଭା ହୋଇପାରିନଥିଲା। ଫଳରେ ପ୍ରଶାସନ ପୁଣିଥରେ ସରପଂଚମାନଙ୍କୁ ୩୦ ତାରିଖ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଗ୍ରାମସଭା କରିବାକୁ ଚିଠି କରିଥିଲା। କିନ୍ତୁ ସରପଂଚମାନେ ଚିଠି ପାଇବା ପରେ ବୈଠକ ବସି ନିଜ ଜିଦ୍‌ରେ ଅଟଳ ରହିବାକୁ ନିଷ୍ପତ୍ତି ନେଇଥିଲେ। ୩୦ ତାରିଖ ମଧ୍ୟ ଗ୍ରାମସଭା ବର୍ଜନ କରାଯିବ ବୋଲି ସଂଘ ଘୋଷଣା କରିଥିଲା। ଘୋଷଣା ମୁତାବକ ଆଜି କୌଣସି ପଂଚାୟତରେ ଗ୍ରାମସଭା ହୋଇପାରିନି।

ସଂଘ ପକ୍ଷରୁ କହାଯାଇଛି ଯେ, ସରକାରଙ୍କ ତରଫରୁ ଆବାସ ଯୋଜନା ହିତାଧିକାରୀ ତାଲିକା ହୋଇଥିଲା। ଏହାକୁ ଗତ ୨୬ ତାରିଖ ଗ୍ରାମସଭାରେ ପାରିତ କରିବାକୁ ପ୍ରଶାସନିକ ନିର୍ଦ୍ଦେଶ ଥିଲା। କିନ୍ତୁ ତାଲିକା ଉପରେ ଆମକୁ କିଛି କହାଯାଇନଥିବାରୁ ଆମେ ଗ୍ରାମସଭାକୁ ବର୍ଜନ କରିଥିଲୁ। ଏବେ ଯେଉଁ ତାଲିକା ପ୍ରକାଶ ପାଇଛି ତାହା ପଲ୍ଲୀସଭା ମାଧ୍ୟମରେ ହୋଇନି। ଏଣୁ ଏଥିରେ କିଏ ଯୋଗ୍ୟ ଓ ଅଯୋଗ୍ୟ କେମିତି ଆମେ ଚୟନ କରିବୁ? ବହୁ ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ପ୍ରକାଶ ପାଇନି। ଏଣୁ ତାଲିକାରେ ପ୍ରଥମେ ଯୋଗ୍ୟ ପ୍ରାର୍ଥୀଙ୍କ ନାଁ ଦିଆଯାଉ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି। ସବୁ ପଂଚାୟତରେ ଯୋଗ୍ୟ ହିତାଧିକାରୀମାନେ ଯାହାର ମାଟିଘର ଅଛି, କିଛି ଘରଦ୍ୱାର ନାହିଁ ସେମାନଙ୍କ ନାଁ ନାହିଁ। ଏମିତି ସ୍ଥିତିରେ ଗ୍ରାମସଭାରେ କେମିତି ଫାଇଲ ପାସ୍‌ କରାଯିବ ବୋଲି ସରପଂଚମାନେ ପ୍ରଶ୍ନ କରିଛନ୍ତି। ଏପରିକି ସରକାରୀ ବାବୁମାନଙ୍କ ମନମାନିରେ ତାଲିକା ପ୍ରସ୍ତୁତ ହୋଇଛି ବୋଲି ମଧ୍ୟ ଅଭିଯୋଗ ଉଠାଇଛନ୍ତି। ଏପଟେ ପ୍ରଶାସନ କିନ୍ତୁ ଏହି ପ୍ରସଙ୍ଗରେ କିଛି କହିବାକୁ ନାରାଜ। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ହେଁ ପ୍ରତିକ୍ରିୟା ମିଳିପାରି ନ‌ାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe