ଆଜିଠୁ ଉତ୍ସବ ପ୍ରଧାନପାଟ

Advertisment
ଆଜିଠୁ ଉତ୍ସବ ପ୍ରଧାନପାଟ

ଦେବଗଡ଼ : ଦେବଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ସହଯୋଗରେ ସ୍ଥା‌ନୀୟ ବଡ଼ବଗିଚାଠାରେ ଉତ୍ସବ ପ୍ରଧାନପାଟ -୨୦୨୩ ଜାନୁଆରି ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହେବ। ତେବେ ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ, ମିନାବଜାର, କୃଷି ଉଦ୍ୟାନ ମେଳା, କବି ସମ୍ମିଳନୀ ପଲିଶ୍ରୀ ମେଳା, ଖାଦ୍ୟ ମେଳା, ପୁସ୍ତକ ମେଳା, ଜିଲ୍ଲାସ୍ତରୀୟ ଉନ୍ନୟନ ମେଳା ଇତ୍ୟାଦି ଗୋଟିଏ ସ୍ଥାନରେ ଅନୁଷ୍ଠିତ ହେବ। ଚଳିତ ବର୍ଷ କାର୍ଯ୍ୟକ୍ରମ ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ସମେତ ରାଜ୍ୟ ବାହାରର ୩୭ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏଥିରେ ପ୍ରାୟ ୬୦୦ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଓରମାସ ପକ୍ଷରୁ ପଲ୍ଲିଶ୍ରୀମେଳାର ୧୪୦ଟି ଷ୍ଟଲ, ୩୯ଟି ଜିଲ୍ଲାର ବିଭିନ୍ନ ବିଭାଗ ଏବଂ ୪୫ଟି କୃଷି ବିଭାଗ ପକ୍ଷରୁ ଷ୍ଟଲ ଖୋଲା ଯିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ହକି ବିଶ୍ୱକପ୍‌ର ଉତ୍ସାହ ସହ କାନ୍ଥବାଡ଼ରେ ରଙ୍ଗୀନ ଚିତ୍ର ଆଙ୍କିବାରେ ସହିତ ଉତ୍ସବ ପ୍ରଧାନପାଟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଧାନପାଟକୁ ସୁସଜ୍ଜିତ କରାଯାଇଛି। ଏହା ସହିତ ପଲ୍ଲିଶ୍ରୀ ମେଳାରେ ଏଲ୍‌ଇଡି ମାଧ୍ୟମରେ ଦର୍ଶକମାନଙ୍କ ପାଇଁ ହକିର ମଧ୍ୟ ସିଧାପ୍ରସାରଣ କରାଯିବ ଏବଂ ପାର୍କଂ ବ୍ୟବସ୍ଥା ଓ ସ୍ବାସ୍ଥ୍ୟ ପା‌ଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଉଦ୍‌ଘାଟନୀ ଦିନ ସ୍ଥାନୀୟ କନକ ଦୁର୍ଗା ମନ୍ଦିରରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଶୋଭାଯାତ୍ରା ସହର ପରିକ୍ରମା କରି ପ୍ରଧାନପାଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବା ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ପ୍ରମୋଦ ରଥ ଉପସ୍ଥିତ ରହି ଉତ୍ସବ ଶାନ୍ତି ଶୃଙ୍ଖଳା ସହ ସମାପନ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ବିଭିନ୍ନ ସ୍ଥାନରେ ପାର୍କିଂର ବ୍ୟବସ୍ଥା କରାଯିବା ସହିତ ୩ ପ୍ଲାଟୁନ ପୁଲିସ ସହିତ ବରିଷ୍ଠ ଅଧିକାରୀମାନଙ୍କୁ ଶାନ୍ତିଶୃଙ୍ଖଳା ପାଇଁ ନିୟୋଜିତ କରାଯାଇଥିବା ଏସ୍‌ପି ଶ୍ରୀ ରଥ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଡିଆଇପିଆର୍‌ଓ ମନୋରଞ୍ଜନ ସୂତାର, ପୌର ନିର୍ବାହୀ ଅଧିକାରୀ ତପନ ମହାପାତ୍ର, ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ନେତ୍ରାନନ୍ଦ ସାହୁ ଓ ରାସ୍ତା ଏବଂ ସୌଧ ବିଭାଗ ଯନ୍ତ୍ରୀ ଦୁବରାଜ ହେମରମ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe