ଜେଲ ପରିସରରେ ଓକିଲଙ୍କ ସହିତ ସାକ୍ଷାତ ପ୍ରସଂଗ: ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ପଡିଲା ପୂର୍ଣ୍ଣଚ୍ଛେଦ

Advertisment
ସୂଚନା ଅଧିକାର ଆଇନ: ଅନ୍‌ଲାଇନ ଦରଖାସ୍ତର ହାର୍ଡ କପି ଦାଖଲ ଅନାବଶ୍ୟକ

New Indian Express

କଟକ: ବିଚାରବିଭାଗୀୟ ହାଜତରେ ଥିବା ଗୋପଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କୁ ଓକିଲଙ୍କ ସହିତ ସାକ୍ଷାତକାର ପ୍ରସଂଗ ସଂପର୍କିତ ମାମଲାର ହାଇକୋର୍ଟରେ ପୂର୍ଣ୍ଣଚ୍ଛେଦ ପଡିଛି। ୨୦୨୦ରେ ସରକାର ଜେଲରେ ବନ୍ଦୀଙ୍କୁ ସାକ୍ଷାତକାର ପ୍ରସଂଗରେ କରିଥିବା ନିୟମାବଳୀ ଶ୍ରୀ ପାଣିଗ୍ରାହୀଙ୍କ କ୍ଷେତ୍ରରେ  ପାଳନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରିଛନ୍ତି। ଜଷ୍ଟିସ ସଂଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜେଲରେ ଓକିଲ ଓ ପରିବାର ସଦସ୍ୟଙ୍କୁ ସାକ୍ଷାତକାର ପାଇଁ ଅନୁମତି ପ୍ରସଂଗ ନେଇ ଶ୍ରୀ ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ଯେ  ୨୦୨୦, ଡିସେମ୍ବର ୩ରୁ ତାଙ୍କୁ ବିଚାରବିଭାଗୀୟ ହାଜତରେ ଝାରପଡା ସ୍ବତନ୍ତ୍ର ଜେଲରେ ରଖାଯାଇଛି। ତାଙ୍କୁ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦିଆଯାଉ ନାହିଁ। ଏଥି ସହିତ ପରିବାର ସଦସ୍ୟ ଓ ସଂପର୍କିୟଙ୍କୁ ମଧ୍ୟ ସାକ୍ଷାତକାର ପାଇଁ ତାଙ୍କୁ ଜେଲ କର୍ତ୍ତୃପକ୍ଷ ଅନୁମତି ଦେଉ ନାହାନ୍ତି। କୋଭଡି-୧୯ କଟକଣା ନାଁରେ ଏପରି କରାଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଲରେ ଅନ୍ତେବାସୀଙ୍କ ଓକିଲ ଓ ଅନ୍ୟମାନଙ୍କ ସହିତ ସାକ୍ଷାତକାର ବନ୍ଦ ରଖାଯାଇଥିଲା।

ଏ ନେଇ ଗୃହ ସଚିବ ୨୦୨୦, ମାର୍ଚ୍ଚ ୧୭ରେ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଜେଲ ବିଭାଗ ମାର୍ଚ୍ଚ ୧୮ରେ ସମସ୍ତ ଜେଲକୁ ଚିଠି କରିଥିଲେ। ବ୍ୟକ୍ତିଗତ ସାକ୍ଷାତକାର ବଦଳରେ ଜେଲରେ ଇ-ମୁଲାକାତ ବ୍ୟବସ୍ଥା କରିବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଭଳି କଟକଣା ନାଁରେ ଏବେ ତାଙ୍କୁ ଓକିଲଙ୍କ ସହିତ ସାକ୍ଷାତ କରିବାକୁ ଦିଆଯାଉ ନାହିଁ ବୋଲି ଶ୍ରୀ ପାଣିଗ୍ରାହୀ ଦର୍ଶାଇଛନ୍ତି। ଏ ନେଇ ଜେଲ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଓ ମୌଖିକ ଭାବେ ଅନୁରୋଧ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ତାଙ୍କ ମାମଲା ଲଢିବା ପାଇଁ ଓ ଅଦାଲତରେ ତାଙ୍କ ପକ୍ଷ ରଖିବା ପାଇଁ ଓକିଲଙ୍କ ସହିତ ପରାମର୍ଶ ନିହାତି ଜରୁରୀ। ଓକିଲଙ୍କ ସହିତ ବିଚାରବିମର୍ଶ କରିବା ପାଇଁ ତାଙ୍କର ସ୍ପଷ୍ଟ ଅଧିକାର ରହିଛି।

ବିଚାରବିଭାଗୀୟ ହାଜତରେ ଥିବା ବ୍ୟକ୍ତିଙ୍କୁ ନିଜ ଓକିଲଙ୍କ ସହିତ ପରାମର୍ଶ କରିବା ପାଇଁ ସମ୍ବିଧାନ ଅଧିକାର ପ୍ରଦାନ କରିଛି। ଗତ ଡିସେମ୍ବର ୨୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ଜେଲ ପରିସରରେ ଆଇସୋଲେସନରେ ଶ୍ରୀ ପାଣିଗ୍ରାହୀଙ୍କୁ ତାଙ୍କ ଆଇନ ପରାମର୍ଶଦାତାଙ୍କ ସାକ୍ଷାତ ଆଲୋଚନା ପାଇଁ ସରକାର ଅନୁମତି ଦେବେ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରି ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଶୁଣାଣି ସମୟରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe