ଭବାନୀପାଟଣାର ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ଘୋଷିତ

ଭବାନୀପାଟଣାର ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ଘୋଷିତ

ଭୁବନେଶ୍ୱର : ଭବାନୀପାଟଣାର ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଘୋଷିତ ହୋଇଛନ୍ତି । ଏହି ଘୋଷଣା ସହ ଗତ କିଛି ଦିନ ଧରି ଚାଲିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଏଥର ବିଧାନସଭାରେ ବିଜେପି ୨୩ଟି ଆସନ ଜିଣି ୨ୟ ସ୍ଥାନରେ ଥିବାବେଳେ କଂଗ୍ରେସ ୯ଟି ଆସନ ଜିଣି ୩ୟ ସ୍ଥାନରେ ରହିଛି । ଏଣୁ ଏଥରର ବିରୋଧୀ ଦଳ ନେତା ପଦବୀ ବିଜେପି ପାଖକୁ ଯାଇଛି ।

ଗତକାଲି ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ନେତା ଚୟନ କରିପାରି ନଥିଲେ। ଏହି ବୈଠକ ପରେ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା ବିଧାୟକ ଦଳ ନେତା କିଏ ହେବ ତାହା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିଷ୍ପତ୍ତି କରିବେ।

ଆଜି ବିଜେପି ବିଧାୟକ ଦଳ ବୈଠକ ପରେ ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏହି ଘୋଷଣା କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe