କଟକ: ଓଡ଼ିଶା ପୁଲିସ୍ର ପୂର୍ବତନ ମହାନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ ପ୍ରଫୁଲ୍ଳ ଚନ୍ଦ୍ର ରଥଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୀର୍ଘ ୩୬ ବର୍ଷ ଧରି ଭାରତୀୟ ପୁଲିସ୍ ସେବାରେ କାର୍ଯ୍ୟ କରିଥିବା ସ୍ବର୍ଗତଃ ରଥଙ୍କର ବିଧବା ପତ୍ନୀ, ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। କଟକସ୍ଥିତ ବାସଭବନରେ ତାଙ୍କର ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଥିଲା।
ପରଲୋକରେ ଅବସରପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ପ୍ରଫୁଲ୍ଳ ଚନ୍ଦ୍ର ରଥ
Advertisment
Follow Us