ନିର୍ବାଚନରେ ଲଢ଼ିବାର ଅଭୀପ୍‌ସା ନାହିଁ: ଘଡ଼ାଇ

ନିର୍ବାଚନରେ ଲଢ଼ିବାର ଅଭୀପ୍‌ସା ନାହିଁ: ଘଡ଼ାଇ

ଭୁବନେଶ୍ବର : କିଛି ପାଇବାର ଆଶା ଆକାଂକ୍ଷା ନେଇ ବିଜେଡିକୁ ଫେରିନାହାନ୍ତି କି କୌଣସି ନିର୍ବାଚନ ମଣ୍ଡଳୀରେ ଲଢ଼ିବାର କୌଣସି ଅଭୀପ୍‌ସା ନାହିଁ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବର୍ଷୀୟାନ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଛନ୍ତି।

ଆଜି ଏକ ପ୍ରେସ୍‌ ବିବୃତିରେ ଶ୍ରୀ ଘଡ଼ାଇ କହିଛନ୍ତି ଯେ ଏ ସଂପର୍କରେ ସେ ବିଜେଡି ସୁପ୍ରିମୋଙ୍କୁ ଅବଗତ କରାଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ବ ଦେବେ ତାକୁ ସେ ଯଥାସମ୍ଭବ ସଂପାଦନ କରିବା ତାଙ୍କର କର୍ତବ୍ୟ ହେବ। ୨୦୧୪ ତୁଳନାରେ ୨୦୧୯ ନିର୍ବାଚନରେ ବିଜେଡି ଆହୁରି ଭଲ ପ୍ରଦର୍ଶନ କରିବ। ଏକ ଦୃଢ଼ ଓ ସ୍ଥିର ସରକାର ରାଜ୍ୟର ବିକାଶଧାରାକୁ ଆହୁରି ଆଗେଇ ନେବ ବୋଲି ସେ ଆଶାପୋଷଣ କରିଛନ୍ତି। ବିଜେଡିକୁ ତାଙ୍କର ପ୍ରତ୍ୟାବର୍ତନ ନେଇ ରାଜ୍ୟର ଅନେକ ଶୁଭେଚ୍ଛୁ ତାଙ୍କୁ ଅଭିନନ୍ଦନ ବାର୍ତା ପଠାଇଥିବାରୁ ସେ ଆନନ୍ଦ ପ୍ରକାଶ କରିବା ସହିତ କୃତଜ୍ଞତା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe